ଦୁର୍ଦାନ୍ତ ନକ୍ସଲ ଗିରଫ: ମାଓ ସଂଗଠନରେ କରୋନା ସଂକ୍ରମିତ ସତ ଘଟଣା

Advertisment
ଦୁର୍ଦାନ୍ତ ନକ୍ସଲ ଗିରଫ: ମାଓ ସଂଗଠନରେ କରୋନା ସଂକ୍ରମିତ ସତ ଘଟଣା

ମାଲକାନଗିରି: କରୋନାର ମହାମାରୀ ସାରା ଦେଶକୁ ଗ୍ରାସ କରିଥିବା ବେଳେ ମାଓ ସଂଗଠନକୁ ମଧ୍ୟ ଏହା କବଳିତ କରିଛି। ସଂଗଠନ ପ୍ରେସ ବିଜ୍ଞପ୍ତିରେ ଗତ କିଛି ଦିନ ତଳେ ମାଓ ସଂଗଠନରେ କାହାକୁ ମଧ୍ୟ କରୋନା ଛୁଇଁ ନଥିବା ପ୍ରକାଶ କରିଥିଲେ ମଧ୍ୟ ଏହା ବିଭିନ୍ନ ନକ୍ସଲଙ୍କ ମୃତ୍ୟୁ ଏବଂ ଗିରଫ ପରେ ସ୍ପଷ୍ଟ ହୋଇଯାଇଛି।

ଏହି କ୍ରମରେ ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ଜଣେ ହାର୍ଡକୋର୍ଟ ନକ୍ସଲ ଗିରଫ ହେବା ପରେ ସଂଗଠନରେ ଏବେ ନକ୍ସଲ କେତେ ଆତଙ୍କିତ ତାହା ଜଣାପଡିଛି। ତେଲେଙ୍ଗାନାର ଵାରଙ୍ଗଲ ଜିଲ୍ଲାରେ କରୋନା ମହାମାରୀ ପାଇଁ ଲକ୍ ଡାଉନ ଚାଲିଥିବା ବେଳେ ଗାଡି ଗୁଡିକକୁ ଯାଞ୍ଚ କରାଯାଉଛି। ଏହି ସମୟରେ ତିନି ଜଣ ସଂନ୍ଦିଗ୍ଧ ନକ୍ସଲକୁ ଗିରଫ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଟେକନିକାଲ ଟିମର ମୁଖ୍ୟ ସୋବରାୟଙ୍କୁ ଗିରଫ କରାଯାଇଛି।

କୋତାଗୁଡମ ଏସପି ସୁନୀଲ ଦତ୍ତଙ୍କ କହିବା ଅନୁଯାୟୀ ସୋବରାୟଙ୍କୁ କରୋନା ସଂକ୍ରମଣ କରିଛି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୋବରାୟ ଗିରଫ ହେବା ପରେ ସଂଗଠନର ବଡ ବଡ ନେତାଙ୍କୁ ମଧ୍ୟ ଏବେ କରୋନା ସଂକ୍ରମିତ କରିଥିବା ଜଣାପଡିଛି। ଗତ କିଛି ଦିନ ତଳେ ମାଓ ସଂଗଠନର ୩ ଜଣ ବଡବଡ ନେତାଙ୍କର ମୃତ୍ୟୁ ହେବା ପରେ ଏନେଇ ପୁଲିସ ସୂଚନା ଦେବା ପରେ ପୁଲିସ ମିଥ୍ୟା ରିପୋର୍ଟ ଦେଉଥିବା ସଂଗଠନ କହିଥିଲା।

କିନ୍ତୁ ନକ୍ସଲମାନେ ଗିରଫ ହେବା ପରେ ସଂଗଠନରେ କିପରି ନକ୍ସଲମାନେ ଭୟର ବାତାବରଣ ଭିତରେ ବଂଚୁଛନ୍ତି ସେସବୁ ବଖାଣି ଥିଲେ। ପୁଲିସ ଏବେ ଏହି ତିନି ଜଣ ନକ୍ସଲକୁ ଧରି ପଚରାଉଚରା କରୁଛି। ସୋବରାୟ ସୁସ୍ଥ ହେବା ପରେ ବହୁ ଭିତିରି କଥା ପଦାକୁ ଆସିବ ବୋଲି ପୁଲିସ କହିଛି। ସଂଗଠନ ଛାଡି ଏବେ ନକ୍ସଲ ପଳାୟନ କରୁଛନ୍ତି ।ଯାହା ସତ୍ୟ ଅଟେ।କିନ୍ତୁ ମାଓ ସଂଗଠନ ଏହାକୁ ଭୁଲ ବୋଲି କହିବା ସହ ଲୋକଙ୍କୁ ପୁଲିସ ଭ୍ରାନ୍ତ ରିପୋର୍ଟ ପ୍ରଦାନ କରି ମାଓବାଦୀ ପାର୍ଟିକୁ ବଦନାମ କରୁଥିବା ଛତିଶଗଡର ଦକ୍ଷିଣ ପଶ୍ଚିମାଞ୍ଚଳ ଡିଭିଜନର ନେତାମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe