Mkg naxal landmine defused (1) Photograph: (sambad.in)
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ନକ୍ସଲ ଦମନ ନେଇ ପୁଲିସ ମିଳିତ ଭାବେ ଜୋରଦାର ଅପରେସନ କରୁଥିବା ବେଳେ ସଫଳତା ମିଳିବାରେ ଲାଗିଛି। ଗତ ଦୁଇ ଦିନ ତେଳେ ୧୪ ଜଣ ନକ୍ସଲଙ୍କୁ ମାରିଥିବା ବେଳେ ଏବେ ବି ଜଙ୍ଗଲରେ ଯବାନ ସର୍ଚ୍ଚ ଅପରେସନକୁ ଜାରି ରଖିଛନ୍ତି।
ଏହି କ୍ରମରେ ବୁଧବାର ସକାଳେ ବିଜାପୁର ଜିଲ୍ଲାର ସିଆରପିଏଫ,କୋବ୍ରା ଯବାନ ମୁତବେଣ୍ଡି ଠାରୁ ପିଡିଆ ଗ୍ରାମ ମଧ୍ୟରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ରାସ୍ତାରେ ନକ୍ସଲ ସ୍ଥାନେ ସ୍ଥାନେ ୮ଟି ଲ୍ୟାଣ୍ଡମାଇନ ଖଞ୍ଜିଥିବା ଯବାନ ଦେଖିଥିଲେ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ୫ କିଲୋ ଲେଖାଏଁ ୮ଟି ଲ୍ୟାଣ୍ଡମାଇନ ଲଗାଇଥିଲେ।
ସୁରକ୍ଷା କର୍ମୀକୁ ସହଜରେ ଏହାଦ୍ବାରା ଟାର୍ଗେଟ କରାଯାଇପାରିଥାନ୍ତା। ଯାହାଫଳରେ ବହୁ କ୍ଷତି ହୋଇଥାନ୍ତା ବୋଲି କୁହାଯାଉଛି। କିନ୍ତୁ ନକ୍ସଲଙ୍କ ଏକ ବଡ ଯୋଜନାକୁ ଯବାନ ପଣ୍ଡ କରିଥିଲେ। ସମସ୍ତ ୮ଟି ଲ୍ୟାଣ୍ଡମାଇନକୁ ଯବାନ ନିଷ୍କ୍ରିୟ କରିଥିଲେ। ଲଗାତାର ସୁରକ୍ଷାକର୍ମୀଙ୍କ ଦ୍ବାରା ବହୁ କ୍ଷତି ସଂଗଠନ ସହିଲାଣି।
ଅଧିକ ପଢ଼ନ୍ତୁ: ଯେଉଁ ଗାଁକୁ ପକ୍କା ସଡ଼କ ନାହିଁ, ସେହି ଗାଁରେ ସୁନ୍ଦର ସ୍ୱାଦିଷ୍ଟ ଷ୍ଟ୍ରବେରି ଚାଷ
ଗତ ଏକ ମାସ ମଧ୍ୟରେ ନକ୍ସଲ ସଂଗଠନର ଏତେ କ୍ଷତି ଯୋଗୁ ସେମାନେ ଏବେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି। ତେଣୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ପୁଣି ସେମାନେ ନିଜର ସ୍ଥିତି ଜାହିର କରିବା ପାଇଁ ଲାଗିପଡିଛନ୍ତି। କିନ୍ତୁ ସବୁ ଯୋଜନାକୁ ଯବାନ ପଣ୍ଡ କରିବାରେ ସଫଳ ହେଉଛନ୍ତି।
ଅଧିକ ପଢ଼ନ୍ତୁ: ମେଡିକାଲ ଏବଂ ସ୍ବାସ୍ଥ୍ୟ ସେବା ନିୟମାବଳୀ ୨୦୧୭ର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ
Follow Us