ଦୁର୍ଦାନ୍ତ ନକ୍ସଲ ଦମ୍ପତିଙ୍କ ଆତ୍ମସମର୍ପଣ

Advertisment
ଦୁର୍ଦାନ୍ତ ନକ୍ସଲ ଦମ୍ପତିଙ୍କ ଆତ୍ମସମର୍ପଣ
ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ନିକଟରେ ଦୁର୍ଦାନ୍ତ ନକ୍ସଲ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସପି ସୁନୀଲ ଶର୍ମାଙ୍କ ନିକଟରେ ଏହି ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ କେରଲପଲ ଏଲଓସି କମାଣ୍ଡର ମାଡକାମ ଆଇତା ଏବଂ ଡେ଼ପୁଟି କମାଣ୍ଡର ପଦ୍ମା ପୋଜେ।ମାଡ଼କାମ ଆଇତା ନାମରେ ସରକାର ୫ ଲକ୍ଷ ଟଙ୍କା ଏବଂ ପଦ୍ମା ନାମରେ ସରକାର ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ଛତିଶଗଡ ପୁଲିସ ତରଫରୁ ଆରମ୍ଭ କରାଯାଇଥିବା ଲୋର୍ଣ ବଟାଟୁ(ଘରକୁ ଫରିଆସ) ଅଭିଯାନରେ ନକ୍ସଲ ଆତ୍ମସମର୍ପଣ କରୁଥିବା କୁହାଯାଇଛି। ସରକାରଙ୍କ ତରଫରୁ ଦିଆଯାଉଥିବା ଆତ୍ମନିର୍ଭରଶୀଳ ନୀତି ଅନୁଯାଇ ଏହି ଦମ୍ପତିଙ୍କୁ ସମସ୍ତ ସହଯୋଗ କରାଯିବ। ଏହି ଦମ୍ପତି ଗତ ୯ ବର୍ଷ ଧରି ମାଓ ସଂଗଠନରେ କାମ କରୁଥିଲେ।ସଂଗଠନରେ କୌଣସି ଲକ୍ଷ୍ୟ ଓ ଉଦେଶ୍ୟ ନେଇ କାମ କରାଯାଉନଥିବାରୁ ଏମାନେ ଆତ୍ମସମର୍ପଣ କରିଥିବା ପୁଲିସ କହିଛି। ଏମାନଙ୍କ ନାମରେ ବହୁ ହିଂସା ରହିଥବା ପୁଲିସ କହିଛି। ଏମାନଙ୍କୁ ଆର୍ଥିକ ସହାୟତ କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe