ବିଚାରଧୀନ ନକ୍ସଲର ମୃତ୍ୟୁ: ହତ୍ୟା ନା ଆତ୍ମହତ୍ୟା ସେନେଇ ଉଠିଛି ପ୍ରଶ୍ନ

Advertisment
ବିଚାରଧୀନ ନକ୍ସଲର ମୃତ୍ୟୁ: ହତ୍ୟା ନା ଆତ୍ମହତ୍ୟା ସେନେଇ ଉଠିଛି ପ୍ରଶ୍ନ

New Indian Express

ମାଲକାନଗିରି: ମାଲକାନଗିରି ଉପ କାରାଗାରରେ ଜଣେ ବିଚାରଧୀନ ନକ୍ସଲର ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି । ବିଚାରଧୀନ ନକ୍ସଲ ନିଜେ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରାଯାଇଛି ସେନେଇ ଉଠିଛି ପ୍ରଶ୍ନ। ଗତ ୨ ମାସ ତଳେ ନକ୍ସଲ ମାମଲାରେ ମାଲକାନଗିରି ପୁଲିସ ନକ୍ସଲକୁ ଗିରଫ କରି ଜେଲ ପଠାଇଥିଲା। ମୃତ ନକ୍ସଲର ନାମ ଦନୁ ଗୋଲରୀ। ସ୍ବାଭିମାନ ଅଞ୍ଚଳର ଖଜୁରୀଗୁଡା ଗ୍ରାମର ସୁରେନ୍ଦ୍ର ଗଲୋରୀଙ୍କ ପୁଅ ବୋଲି ଜଣାପଡିଛି।

ତେବେ ଦାନୁ ଗଲୋରୀକୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାର ବେକକୁ କଟାଯାଇଛି। ବେକରେ ବିରାଟ ବଡ଼ କ୍ଷତ ସୃଷ୍ଟି ହୋଇଛି। ଏହି ଘଟଣା ଗତକାଲି ସନ୍ଧ୍ୟାରେ ଘଟିଛି। ଆଜି ମାଲକାନଗିରି ମେଡିକାଲରେ ଚିକିତ୍ସାଧୀନ  ଅବସ୍ଥାରେ ଦନୁ ଗୋଲରୀର ମୃତ୍ୟୁ ହୋଇଥିବା ଜଣାପଡିଛି।

ତେବେ ଗତ ଏକ ମାସରେ ଦୁଇଜଣ ବିଚାରଧୀନ କଏଦୀ ସମେତ ୩ଜଣକର ମୃତ୍ୟୁ ହୋଇସାରିଲାଣି। ଜେଲେରଙ୍କ ଖାମଖିଆଲ ମନୋଭାବ ଏବଂ ପରିଚାଳନାରେ ଅଭିଜ୍ଞତା ନଥିବା ଭଳି ଜଣାପଡ଼ୁଛି। ଜେଲେରଙ୍କ ଅବହେଳା ଯୋଗୁଁ ହିଁ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ତେବେ ପରିବାର ଲୋକଙ୍କୁ ଗତ କାଲି ନଜାଣି ଆଜି ଦନୁ ଗୋଲରୀର ମୃତ୍ୟୁ ପରେ ଖବର ଦେଇଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ତୁରନ୍ତ ଜେଲେରକୁ ହଟାଇବା ନେଇ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe