ସୀମାନ୍ତରେ ନକ୍ସଲ ହିଂସା, ୩ ନକ୍ସଲ ଗିରଫ

ସୀମାନ୍ତରେ ନକ୍ସଲ ହିଂସା, ୩ ନକ୍ସଲ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ପୁଲିସ ୩ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ଯବାନ ମଲେଗୁଡା ନିକଟରେ କୁମ୍ବିଂ କରୁଥିବା ବେଳେ ଯବାନଙ୍କୁ ଦେଖି କିଛି ସନ୍ଦିଗ୍ଧ ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ। ତୁରନ୍ତ ଯବାନ ସେମାନଙ୍କୁ ଧରି ପଚରାଉଚରା କରିବା ପରେ ସମାନେ ନକ୍ସଲ ବୋଲି କହିଥିଲେ। ଗିରଫ ହୋଇଥିବା ନକ୍ସଲମାନେ ହେଲେ ମିଲିସିଆ ପ୍ଲାଟୁନ କମାଣ୍ଡର କୁଞ୍ଜାମ କୋସା, ବିକାଶ କମିଟି ଅଧ୍ୟକ୍ଷ ନିପୋ ଭୀମାକୃଷି ଏବଂ ଡିକେଏମଏସ ସଦସ୍ୟ ବୁଦୁରା ମଡକମ।

publive-image

ପୁଲିସ ଏମାନଙ୍କୁ ଧରି ପଚରାଉଚରା କରୁଛି। ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଏମାନଙ୍କ ଠାରୁ ମିଳିବ ବୋଲି ପୁଲିସ କହିଛି। ସେହିପରି ବିଜାପୁର ଜିଲ୍ଲାର କୁଟୁର ଏବଂ ବେଦରେ ମଧ୍ୟରେ ନକ୍ସଲ ୬ଟି ବିଦ୍ୟୁତ ଖୁଣ୍ଟକୁ ଉପାଡି ଦେଇଛନ୍ତି। ଏଥିଯୋଗୁଁ ବହୁ ଗ୍ରାମରେ ଏବି ବିଦ୍ୟୁତ ସେବା ବନ୍ଦ ରହିଥିବା ଜଣାପଡିଛି। ନକ୍ସଲ ବିଦ୍ୟୁତ ଖୁଣ୍ଟକୁ ମଧ୍ୟ ଛାଡିଲେନି ବୋଲି ଆଲୋଚନା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe