ଘରୁ ଟାଣି ନେଇ ଜିଲ୍ଲା ପରିଷଦ ସଭ୍ୟଙ୍କୁ ହତ୍ୟା କଲେ ମାଓବାଦୀ

ଘରୁ ଟାଣି ନେଇ ଜିଲ୍ଲା ପରିଷଦ ସଭ୍ୟଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ମାଓବାଦୀଙ୍କ ହିଂସା ଦେଖିବାକୁ ମିଳିଛି। ବିଜାପୁର ଜିଲ୍ଲାରେ ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କୁ ମାଓବାଦୀ ପୁଲିସ ଇନଫର୍ମର ସଂଦେହରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତ ଜିଲ୍ଲା ପରିଷଦ ସଭ୍ୟ ଜଣକ ହେଲେ ବୁଧୁରାମ କଶ୍ୟପ।

ସୂଚନା ଅନୁସାରେ ବୁଧୁରାମ ନିଜ ଗ୍ରାମ ତାଲନାର ଠାରେ ଗତକାଲି ରାତିରେ ଘରେ ଖାଇ ଶୋଇଥିବା ବେଳେ ସଶସ୍ତ୍ର ନକ୍ସଲ ପହଞ୍ଚିଥିଲେ। ବୁଧୁରାମଙ୍କୁ ଘରୁ ଟାଣି ନେଇ ପ୍ରଥମେ ମୁଣ୍ଡରେ ଗୁଳି ମାରିଥିଲେ। ପରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ମୃତ ଶରୀରକୁ କ୍ଷତବିକ୍ଷତ କରି ଅତି ନୃଂଶସ ଭାବେ ହତ୍ୟା କରିଥିଲେ। ବୁଧୁରାମ ମିରତୁର ଜିଲ୍ଲା ପରିଷଦ ସଦସ୍ୟ ରହିଥିଲେ। ସେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଥିଲେ। ଛତିଶଗଡରେ କଂଗ୍ରେସ ସରକାର ଆସିବା ପରେ କଂଗ୍ରେସ ନେତାଙ୍କୁ ହତ୍ୟା କରିବା ଏହା ଥିଲା ପ୍ରଥମ ଘଟଣା।

ପୂର୍ବରୁ ଛତିଶଗଡରେ କଂଗ୍ରେସ ନେତାଙ୍କୁ ମାଓବାଦୀ ହତ୍ୟା କରିବାର ନଜିର ନାହିଁ। ତେବେ ବୁଧୁରାମ ପୁଲିସ ଇନଫର୍ମର ଭାବେ କାମ କରୁଥିଲେ ବୋଲି ମାଓବାଦୀ ମିଥ୍ୟା ଆରୋପ ଲଗାଇ ତାଂକୁ ହତ୍ୟା କରିଥିବା ପୁଲିସ କହିଛି। ଘଟଣାସ୍ଥଲରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପ୍ରଚାର ହେବା ପରେ ତେଲନାର ଗ୍ରାମରେ ଶହ ଶହ କଂଗ୍ରେସ କର୍ମୀଙ୍କ ସହ ସଂପର୍କୀୟ ପହଞ୍ଚିଯାଇଥିଲେ। ଘଟଣାସ୍ଥଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe