ମାଲକାନଗିରି: ଆଜି ଭୋର ଭୋରରୁ ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ଚିନ୍ତାଗୁମ୍ଫା ନିକଟସ୍ଥ ତଡ଼ିମାଲ ଜଙ୍ଗଲରେ ମାଓବାଦୀ- ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହଛି। ଗତ ଦୁଇ ଦିନ ହେବ ସୁରକ୍ଷା କର୍ମୀମାନେ ଦୁର୍ଦ୍ଦାନ୍ତ ନକ୍ସଲ ନେତା ଇରମାଙ୍କ ଅଞ୍ଚଳ କୁହାଯାଉଥିବା ତଡ଼ିମାଲ ଜଙ୍ଗଲରେ କମ୍ପିଂ ଅପରେସନ୍ ଚଳାଇଥିଲା। ଆଜି ସକାଳୁ ଏହି କମ୍ବିଂ ଅପରେସନ୍ ଚାଲିଥିିବା ବେଳେ ନକ୍ସଲମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ।। ଏହି ଆକ୍ରମଣରେ ୩ ଜଣ ଜବାନ ଆହତ ହୋଇ ଥିବା ଜଣାପଡ଼ିଛି।ଅନ୍ୟ ଆହତମାନଙ୍କ ସମ୍ପର୍କରେ ଜଣାପଡ଼ିି ନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ମାଲକାନଗିରି: ପୁଲିସ- ନକ୍ସଲ ଗୁଳି ବିନିମୟ, ୩ ଜବାନ ଆହତ
Advertisment
Follow Us