ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ନକ୍ସଲ ସାକେତ ନିହତ, ଏକେ-୪୭ ବନ୍ଧୁକ ଜବତ

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ନକ୍ସଲ ସାକେତ ନିହତ, ଏକେ-୪୭ ବନ୍ଧୁକ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟପୁର ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା। ପୁଲିସ ଏନକାଉଣ୍ଟରରେ ଦୁର୍ଦାନ୍ତ ନକ୍ସଲ ସାକେତର ମୃତ୍ୟୁ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ, ଡିଆରଜି ଯବାନ ଛୋଟେଡଂଗରର ଜଂଗଲରେ ଚଢାଉ କରିଥିଲେ। ଏଠାରେ ପୂର୍ବରୁ ନକ୍ସଲ କ୍ୟାମ୍ପ କରି ରହିଥିଲେ।ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା। ପରେ ନକ୍ସଲଲ ଛତ୍ରଭଙ୍ଗ ଦେଇଥିଲେ।

ତେବେ ଘଟଣାସ୍ଥଳରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ଦୁର୍ଦାନ୍ତ ନକ୍ସଲ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମୃତ ନକ୍ସଲ ଜଣକ ସାକେତ ନାରେଟି। ସାକେତ ନାରେଟି ପୁଲିସର ମୋଷ୍ଟ ଵାଣ୍ଟେଟ ନକ୍ସଲ ଥିଲା। କମ୍ପାନି ନମ୍ବର-୬ର କମାଣ୍ଡର ଥିଲା ସାକେତ। ସାକେତ ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରାୟାଇଥିଲା। ଘଟଣାସ୍ଥଲରୁ ଏକେ-୪୭ ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଏଥିସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ପ୍ରକାଶ ଥାଉକି ଗତ କିଛି ଦିନ ତଳେ ସୀମାନ୍ତ ଛତିଶଗଡ ଏବଂ ମହାରାଷ୍ଟ୍ରର ସୀମାନ୍ତରେ ପୁଲିସ ୨୬ ଜଣ ନକ୍ସଲଙ୍କୁ ମାରିଥିଲା। ଏଥିରେ ଦୁର୍ଦାନ୍ତ ନକ୍ସଲ ମିଲନ୍ଦର ମଧ୍ୟ ମୃତ୍ୟୁ ହୋଇଥିଲା। ସୁକମା ପୁଲିସର ମୋଷ୍ଟ ଵାଣ୍ଟେଡ ଲୋକେଶ ମଧ୍ୟ ମୃତ୍ୟୁବରଣ କରିଥିଲା। ମିଲନ୍ଦ ନାମରେ ୫୦ ଲକ୍ଷ ଏବଂ ଲୋକେଶ ନାମରେ ୨୦ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe