News Nation
ମାଲକାନଗିରି: ମାଲକାନଗିରି ମୁଦୁଲିପଡ଼ା ପୁଲିସ ଷ୍ଟେସନ୍ ଅଧୀନସ୍ଥ ବୋନଦାପଡ଼ା-ସମ୍ବଲପୁର ଜଙ୍ଗଲରେ ଓଡ଼ିଶା ପୁଲିସର ଡିଭିଏଫ ଓ ଏସ୍ଓଜି ବାହାନୀ ମିଳିତ ଭାବେ ଗତ ଶୁକ୍ରବାର ଦିନ ମାଓବିରୋଧୀ ଅପରେସନ୍ରେ ବାହାରିଥିଲେ। ଏହି ସମୟରେ ମାଓବାଦୀମାନେ ଡିଭିଏଫ ଓ ଏସ୍ଓଜିଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚାଳନା କରିଥିଲେ। ଏହାପରେ ସୁରକ୍ଷାବଳ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।
ଏହାପରେ ଡିଭିଏଫ-ଏସ୍ଓଜି ଓ ମାଓବାଦୀ ଉଭୟଙ୍କ ମଧ୍ୟରେ ଜେରଦାର ଗୁଳିବିନିମୟ ଆରମ୍ଭ ହୋଇଯାଇଥିଲା। ଡିଭିଏଫ-ଏସ୍ଓଜିଙ୍କ ଗୁଳିର ସାମ୍ନା କରି ନପାରି ମାଦବାଦୀମାନେ ଛତ୍ରଭଙ୍ଗ ଦେଇ ଘଟଣାସ୍ଥଳରୁ ଦୌଡ଼ି ଚାଲି ଯାଇଥିଲେ। ଏହାପରେ ଡିଭିଏଫ-ଏସ୍ଓଜି ବାହିନୀ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ କରିଥିଲେ। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ନକ୍ସଲ ପ୍ୟାଣ୍ଟ, ୨ଟି ସାର୍ଟ, ବେଲଟ୍, ଟୋପି, କିଟ୍ ବ୍ୟାଗ(୩ଟି), ଜଙ୍ଗଲ ଜୋତା, ମୋବାଇଲ, ଚାର୍ଜର ଷ୍ଟାଣ୍ଡ, ଟର୍ଚ୍ଚ ଲାଇଟ(୨ଟି), କମ୍ବଳ(୨ଟି), ସିଭିଲ୍ ଡ୍ରେସ୍, ନେଟ୍, ଓ୍ଵାଟର ଜାରକିନ୍, ଷ୍ଟିଲ ଟିଫିନ୍ କ୍ୟାରିୟର, ଷ୍ଟିଲ୍ର ଜଗ, ଚାମୁଚ, ପ୍ଲେଟ ସମେତ ନିତ୍ୟବ୍ୟବହୃତ ସାମଗ୍ରୀ ଆଦି ରହିଛି।
Follow Us