ନକ୍ସଲ ସଂଗଠନ ଭୁଷୁଡୁଛି: ନକ୍ସଲ କମାଣ୍ଡର ରମନ୍ନାର ପୁଅ ରଂଜିତର ଆତ୍ମସମର୍ପଣ

Advertisment
ନକ୍ସଲ ସଂଗଠନ ଭୁଷୁଡୁଛି: ନକ୍ସଲ କମାଣ୍ଡର ରମନ୍ନାର ପୁଅ ରଂଜିତର ଆତ୍ମସମର୍ପଣ

ମାଲକାନଗିରି: କରୋନା ମହାମାରୀ ଦେଶକୁ କବଳିତ କରି ରଖିଥିବା ବେଳେ ନକ୍ସଲ ସଂଗଠନକୁ ମଧ୍ୟ ଦୋହଲାଇ ଦେଇଛି। କରୋନା ସଂକ୍ରମଣରେ ବହୁ ନକ୍ସଲ ଲିଡରଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଏବେ ବି ଆକ୍ରାନ୍ତ ହୋଇ ଜଂଗଲରେ ଚିକିତ୍ସିତ ହେଉଛନ୍ତି। ଆଜି ନକ୍ସଲ କମାଣ୍ଡର ରମନ୍ନାଙ୍କ ପୁଅ ରଂଜିତ ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ହାଇଦ୍ରାବାଦରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଡିଜିପିଙ୍କ ସମ୍ମୁଖରେ ରଂଜିତ ଆତ୍ମସମର୍ପଣ କରିଛି। ତେଲେଙ୍ଗାନା ଡିଜିପି ସାମ୍ବାଦିକ ସମ୍ମିଳନୀରେ ଲଂଜିତ ଆତ୍ମସମର୍ପଣ କରିଥିବା କହିଛନ୍ତି।

ପ୍ରକାଶ ଥାଉକି ରଂଜିତ ନକ୍ସଲ କ୍ୟାମ୍ପରେ ହିଁ ଜନ୍ମ୍ ହୋଇଥିଲା। କ୍ୟାମ୍ପରେ ଜନ୍ମ ହୋଇ ସେ ବାପାଙ୍କର ପଥକୁ ଅନୁସରଣ କରିଥିଲା। ନକ୍ସଲ କ୍ୟାମ୍ପରେ ଜନ୍ମ ହୋଇ ନକ୍ସଲ ବନିବା ଏବଂ ଏବେ ପୁଲିସ ନିକଟରେ ଆତ୍ମସମର୍ପଣ ଘଟଣା ପ୍ରଥମ ବୋଲି କୁହାଯାଇଛି। ନକ୍ସଲ କ୍ୟାମ୍ପରେ ଜନ୍ମ ନେଇ ପୁଲିସ ନିକଟରେ କେହି ମଧ୍ୟ ଆତ୍ମସମର୍ପଣ କରିନାହାନ୍ତି।

ସୂଚନାଯୋଗ୍ୟ, ନକ୍ସଲ କମାଣ୍ଡର ରମନ୍ନାର ୨୦୧୯ ଡିସେମ୍ବର ମାସରେ ରୋଗରେ ପଡି ମୃତ୍ୟୁ ହୋଇଥିଲା। ରାମନ୍ନା ତେଲେଙ୍ଗାନାର ଵାରଙ୍ଗଲ ଜିଲ୍ଲାର ବାସିନ୍ଦା। ରାମନ୍ନା ନକ୍ସଲ ସଂଗଠନର ସେଣ୍ଟ୍ରାଲ କମିଟିର ସଚିବ ମଧ୍ୟ ଥିଲା। ତେଲେଙ୍ଗାନା, ଓଡିଶା ଏବଂ ଛତିଶଗଡ ସରକାର ରମନ୍ନା ନାମରେ ୨ କୋଟି ୪୦ ଲକ୍ଷ ଟଂକାର ପୁରସ୍କାର ଘୋଷିତ କରିଥିଲେ। ଛତିଶଗଡ ସରକାର ୪୦ ଲକ୍ଷ ଟଂକା ପୁରସ୍କାର ଘୋଷଣା କରିଥିଲେ। ତେବେ ଲଗାତାର କରୋନାରେ ବଡ ବଡ କ୍ୟାଡର ନକ୍ସଲଙ୍କର ମୃତ୍ୟୁ ହେଉଥିବାରୁ ଲଂଜିତ ସଂଗଠନ ଛାଡିଥିବା କୁହାଯାଇଛି।

ସଂଗଠନରେ ନକ୍ସଲ ଭୟଭିତ ହୋଇପଡିଛନ୍ତି। ବହୁ ନକ୍ସଲ ନିଜ ଘରକୁ ଫେରିଯାଉଥିବା ଜଣାପଡିଛି। ରଂଜିତ ମଧ୍ୟ ସଂଗଠନରେ ମୃତ୍ୟୁର ତାଣ୍ଡବ ଚାଲିଥିବାରୁ ଆଗକୁ ସେ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାଇବ ବୋଲି ଚିନ୍ତା କରିଥିବା କହିଛି। ଗତ ଦୁଇ ଦିନ ତଳେ ଝିରମ ଘାଟିର ମାଷ୍ଟର ମାଇଣ୍ଡ ବିନୋଦ କଶ୍ୟପର କରୋନାରେ ମୃତ୍ୟୁ ହୋଇଯାଇଛି। ତେବେ ଆଗକୁ ଆହୁରି ବହୁ ନକ୍ସଲ ସଂଗଠନ ଛାଡିବେ ବୋଲି କୁହାଯାଇଛି। ବାପାଙ୍କ ଦେହାନ୍ତ ପରେ ରଂଜିତ ଭାଙ୍ଗି ପଡିଥିଲା। ସଂଗଠନରେ ସେ ଏକାକୀ ହୋଇଯାଇଥିଲା। ତେଣୁ ସେ ବହୁ ଦିନ ଧରି ସଂଗଠନ ଛାଡିବା ନେଇ ଚିନ୍ତା କରିଥିଲା। ଏବେ କରୋନା ଯୋଗୁଁ ସେ ଶୀଘ୍ର ସଂଗଠନ ଛାଡିଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe