୮ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲର ଆତ୍ମସମର୍ପଣ

୮ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲର ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲା ପୁଲିସ ନିକଟରେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ଆତ୍ମସମର୍ପଣ କରିଛି। ଦୀର୍ଘ ଦିନ ଧରି ପୁଲିସ ଆଖିରେ ଧୂଳି ଦେଇ ଖସି ପଳାଉଥିବା ଏହି ନକ୍ସଲ ଜଣକ ଶେଷରେ ପୁଲିସର ଘନ ଘନ ଚଢଉରେ ବ୍ୟତିବ୍ୟସ୍ତ ହୋଇ ଆତ୍ମସମର୍ପଣ କରିଛି। ଏସପି କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ସଲଭ ସିହ୍ନାଙ୍କ ସମ୍ମୁଖରେ ସେ ଆତ୍ମସମର୍ପଣ କରିଛି। ଦୁର୍ଦ୍ଦାନ୍ତ ନକ୍ସଲ ଜଣକ ହେଲା ମହିପାଲ। ସେ ସେଣ୍ଟ୍ରାଲ କମିଟି ମେମ୍ବରର ଅଙ୍ଗ ରକ୍ଷକ ଥିଲା।

ସରକାର ମହିପାଲ ନାମରେ ୮ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ନାରାୟଣପୁର ଜିଲ୍ଲାର ଘଂଚ ଜଂଗଲରେ ସେ ସକ୍ରିୟ ଥିଲା। ମହିପାଲ ସେଣ୍ଟ୍ରାଲ କମିଟିର ସଦସ୍ୟମାନଙ୍କ ଅତି ନିକଟରେ ରହୁଥିବାରୁ ପୁଲିସ ବହୁ ରହସ୍ୟ ଉନ୍ମୋଚନ କରିବ ବୋଲି କୁହାଯାଇଛି। ତେବେ ନକ୍ସଲ ସଂଗଠନକୁ ଏକ ବଡ ଝଟକା ଲାଗିଥିବା କୁହାଯାଇଛି। ପୁଲିସ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe