ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦନ୍ତେବାଡା ଜିଲ୍ଲାରେ ନକ୍ସଲ ହିଂସା ଦେଖିବାକୁ ମିଳିଛି। ନରେଲି ଏବଂ ବଚେଲି ମଧ୍ୟରେ ଚାଲିଥିବା ରାସ୍ତା କାମରେ ନିୟୋଜିତ ଗୋଟିଏ ପ୍ରକଲୀନ, ଗୋଟିଏ ଜେସିବି ଏବଂ ଦୁଇଟି ଟିପ୍ପରକୁ ନକ୍ସଲ ନିଆଁ ଲଗାଇ ପୋଡ଼ିଦେଇଛନ୍ତି। ଆଜି ସନ୍ଧ୍ୟାରେ ୨୦ରୁ ୩୦ ନକ୍ସଲ ରାସ୍ତା କାମ ନିକଟରେ ପହଂଚି ଗଡ଼ିଗୁଡିକକୁ ନିଆଁ ଲଗାଇଦେଇଥିଲେ। ରେଳପଥ ନିକଟରେ ରାସ୍ତାକାମ ଚାଲିଥିଲା।ଘଟଣାସ୍ଥଳରେ ପୁଲିସ ପହଂଚି ନଥିବା ବେଳେ ନକ୍ସଲ ସେଠାରୁ ଫେରାର ହୋଇଯାଇଥିବା ଜଣାପଡିଛି।
ପୁଣି ନକ୍ସଲ ହିଂସା: ଜେସିବି ଓ ୨ ଟିପ୍ପର ସମେତ ୪ଟି ଗାଡ଼ିରେ ନିଆଁ ଲଗାଇଦେଲେ ମାଓବାଦୀ
Advertisment
Follow Us