ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ଏବେ ନକ୍ସଲ ପୁଲିସର ଘନ ଘନ ଆକ୍ରମଣରେ ଲୁଚିବାକୁ ପ୍ରୟାସ କରୁଛନ୍ତି। ନିଜର କ୍ଷତି ଦେଖି ନକ୍ସଲ ଏବେ ହଡବଡେଇ ଯାଉଛନ୍ତି। ଲୋକଙ୍କ ମନରେ ଭୟ ଜାତ କରିବା ପାଇଁ ନକ୍ସଲ କାପୁରୁଷତା କାମ କରୁଛନ୍ତି।

Advertisment

ଏହି କ୍ରମରେ ଗତକାଲି ରାତିରେ ନକ୍ସଲ ଜଣେ ଗ୍ରାମବାସୀକୁ ହତ୍ୟା କରି ପୁଲିସ ଇନଫର୍ମର ବୋଲି ଦର୍ଶାଇଛନ୍ତି। ଗୋଟିଏ ପଟେ ଯବାନ ନକ୍ସଲଙ୍କୁ ଖୋଜି ଖୋଜି ମାରୁଥିବା ବେଳେ ନକ୍ସଲ ନିଜର ପତିଆରା ଜାହିର କରିବା ପାଇଁ ବିଜାପୁର ଜିଲ୍ଲାର ଭେରମଗଡ ଥାନା ଅଞ୍ଚଳର କେସାମୁଣ୍ଡି ଗ୍ରାମରେ ଗତକାଲି ସଂନ୍ଧ୍ୟା ୭ଟା ବେଳେ ପହଞ୍ଚିଥିଲେ।

ଗ୍ରାମର ଭଦରୁ ସୋଡି(୪୧)ଙ୍କୁ ଖୋଜିଥିଲେ। ଗ୍ରାମବାସୀ ନକ୍ସଲଙ୍କୁ ଏନେଇ ଅଟକାଇଥିଲେ ମଧ୍ୟ ଭଦରୁର ଘର ଖୋଜି ନକ୍ସଲ ଘର ଭିତରେ ପଶିଥିଲେ। କେହି କିଛି ବୁଝିବା ପୂର୍ବରୁ ଧାରୁଆ ଅସ୍ତ୍ରରେ ଭଦୁରୁକୁ ହତ୍ୟା କରିଥିଲେ। ହତ୍ୟା ପରେ ଘଟଣାସ୍ଥଳରେ ଏକ ପୋଷ୍ଟର ଛାଡି ଯାଇଥିଲେ। ସେଥିରେ  ଭଦରୁ ପୁଲିସର ଇନଫର୍ମର ପାଲଟିଥିଲା। ଦେଶଦ୍ରୋହୀ କାମ କରିଥିବା ନେଇ ନକ୍ସଲ ତାଙ୍କୁ ହତ୍ୟା କରାଯାଇଥିବା ନକ୍ସଲ କହିଛ୍ତି।

ଅଧିକ ପଢ଼ନ୍ତୁ: କଳିଙ୍ଗାରେ ଶ୍ରୀନିବାସ ଓ ସିମାଞ୍ଚଳ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସେ ସଲୱା ଜୁଡୁମରେ ସାମିଲ ହୋଇଥିଲା। ଖବର ପାଇ ଭେରମଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ହତ୍ୟାକୁ ନେଇ ଭେରମଗଡ ମାଓ ସଂଗଠନ ନିଜକୁ ଦାୟୀ କରିଛି। ନକ୍ସଲ ପ୍ରବଣ ଅଞ୍ଚଳରେ ଅତ୍ୟଧିକ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ହେବା ଏବଂ ଘନ ଘନ ନକ୍ସଲଙ୍କ ଉପରେ ଚଢାଉ କରିବା ଦ୍ବାରା ନକ୍ସଲ ଏବେ ଘାଇଲା ବାଘ ଭଳି ଘୁରିବୁଲୁଛନ୍ତି। ତେବେ ସାଧାରଣ ଜନତାଙ୍କୁ ହତ୍ୟା କରି ନକ୍ସଲ ନିଜର ଉପସ୍ଥିତି ଜାହିର କରୁଛନ୍ତି। ନକ୍ସଲ ସାଧାରଣତନ୍ତ୍ର ଦିବସକୁ ବିରୋଧ କରିଥିଲେ। ପୁଲିସ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର୍ କରିଛି।

ଅଧିକ ପଢ଼ନ୍ତୁ: ମଝି ଚିଲିକାରେ ଦୁଇ ପର୍ଯ୍ୟଟକ ଡଙ୍ଗା ମଧ୍ୟରେ ଧକ୍କା, ୨ ଗୁରୁତର