ତିନି ମାସ ପୂର୍ବରୁ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା ଯୁବ ନକ୍ସଲ, ବଜାରରୁ ଉଠାଇ ନେଲେ ମାଓବାଦୀ

Advertisment
ମାଓବାଦୀଙ୍କ କବ୍‌ଜାରେ ସୁନାବେଡ଼ା ଅଭୟାରଣ୍ୟ!

Sambad

ମାଲକାନଗିରି: ପଡୋଶୀ ଛତିଶଗଡ଼ର ବିଜାପୁର ଜିଲ୍ଲା ଗଂଗାଲୁର ଥାନା ଅଞ୍ଚଳରେ ମାଓବାଦୀମାନେ ତିନି ମାସ ପୂର୍ବରୁ ପୁଲିସ ନିକଟରେ ଆତ୍ମସମର୍ପଣ କରିିଥିବା ଜଣେ ନକ୍ସଲକୁ ଅପହରଣ କରିନେଇଛନ୍ତି। କୁହାଯାଉଛି ଯେ, ଆତ୍ମସମର୍ପଣ କରିଥିବା ନକ୍ସଲ ଚନ୍ନୁରାମ ମାଣ୍ଡବୀ (୨୬) ଗଂଗାଲୁର ବଜାରକୁ ଯାଇଥିଲା। ସେଠାରୁ ମାଓବାଦୀମାନେ ମଙ୍ଗଳବାର ଅପରାହ୍ନରେ ଅପହରଣ କରି ନେଇଥିଲେ। ତେବେ ଅପହରଣର ୪୮ ଘଣ୍ଟା ପରେ ମଧ୍ୟ ଚନ୍ନୁରାମଙ୍କ କୌଣସି ସୂଚନା ମିଳିପାରି ନାହିଁ। ସୂଚନାଯୋଗ୍ୟ ଚନ୍ନୁରାମ ୩ ମାସ ପୂର୍ବରୁ ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା।

ଆତ୍ମସମର୍ପଣ କରିବା ପରେ ଗତ ୨ ସପ୍ତାହ ହେବ ଚନ୍ନୁରାମ ମାଣ୍ଡବୀ ନିଜ ସ୍ତ୍ରୀ ପାଣ୍ଡେ ମାଣ୍ଡବୀ ଓ ୪ ଶିଶୁଙ୍କ ସମେତ ଶାନ୍ତିନଗରରେ ରହୁଥିଲା। ମଙ୍ଗଳବାର ସେ କୌଣସି କାମରେ ଗଂଗାଲୁର ବଜାରକୁ ଯାଇଥିଲା। ସେଠାରେ ସାଧାରଣ ବେଶପୋଷାକରେ ପହଞ୍ଚିଥିବା ଗଂଗାଲୁର ଏରିଆ କମିଟିର ମାଓବାଦୀମାନେ ଚନ୍ନୁରାମକୁ ଅପହରଣ କରିନେଇଥିଲେ। ଚନ୍ନୁରାମ ଯେତେବେଳେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିଲା ନାହିଁ, ପରିବାର ଲୋକେ ନିଖୋଜ ନେଇ ପୁଲିସକୁ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe