ନକ୍ସଲଙ୍କ ପ୍ରେସ ବିବୃତି: କମ୍ପାନିକୁ ସମର୍ଥନ କରୁଥିବା ଲୋକଙ୍କୁ ଦଣ୍ଡ ମିଳିବ

ସୀମାନ୍ତ ମାଓ ସଂଗଠନର ବସ୍ତର ଡିଭିଜନାଲ କମିଟି ପକ୍ଷରୁ ନିକୋ କମ୍ପାନିକୁ ସାହାଯ୍ୟ କରୁଥିବା ଦଲାଲମାନଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଜନସାଧାରଣଙ୍କୁ ଚେତାବନୀ ଦେଇଛନ୍ତି। ୧୦ରୁ ଉର୍ଦ୍ଧ୍ବ ଜଣଙ୍କ ନାମରେ ପ୍ରେସ ବିବୃତିରେ ବିସ୍ତୁତ ଭାବେ ଉଲ୍ଲେଖ ରହିଛି...

Naxal's press release: Those who support the company will be punished

Naxal's press release: Those who support the company will be punished Photograph: (sambad.in)

ମାଲକାନଗିରି: ସୀମାନ୍ତ ମାଓ ସଂଗଠନର ବସ୍ତର ଡିଭିଜନାଲ କମିଟି ପକ୍ଷରୁ ନିକୋ କମ୍ପାନିକୁ ସାହାଯ୍ୟ କରୁଥିବା ଦଲାଲମାନଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଜନସାଧାରଣଙ୍କୁ ଚେତାବନୀ ଦେଇଛନ୍ତି। ୧୦ରୁ ଉର୍ଦ୍ଧ୍ବ ଜଣଙ୍କ ନାମରେ ପ୍ରେସ ବିବୃତିରେ ବିସ୍ତୁତ ଭାବେ ଉଲ୍ଲେଖ ରହିଛି। ଯେଉଁମାନେ ଏହି କମ୍ପାନିକୁ ସମର୍ଥନ କରିବା ସହ ପୁଲିସକୁ ସହଯୋଗ କରୁଛନ୍ତି। ସେମାନଙ୍କୁ କେବେ ମଧ୍ୟ ଛଡାଯିବ ନାହିଁ ବୋଲି କୁହାଯାଇଛି।

ସେହିପରି ସାଧାରଣତନ୍ତ୍ର ଦିବସକୁ କଳା ଦିବସ ରୂପେ ପାଳନ କରିବାକୁ ସଂଗଠନ ଆହ୍ବାନ ଦେଇଛି। ଜଳ,ଜଙ୍ଗଲ  ଓ ଜମି ପାଇଁ ସଂଗଠନ ଦୀର୍ଘ ବର୍ଷ ହେଲା ଲଢେଇ କରିଆସୁଥିବା ବେଳେ ଆଜି ବି ଲୋକେ ପରାଧୀନ ହୋଇ ରହିଛନ୍ତି।

କେନ୍ଦ୍ର ଓ ରାଜ୍ୟ ସରକାରମାନେ ପୁଞ୍ଜିପତିଙ୍କୁ ସୁହାଇଲା ଭଳି କାମ କରୁଛନ୍ତି। ଆଦିବାସୀଙ୍କ ହକକୁ ଲୁଟୁଛନ୍ତି। ଖଣିଖଦାନକୁ ପୁଞ୍ଜିପତିଙ୍କ ହାତକୁ ଟେକି ଦେଉଛନ୍ତି ବୋଲି ଉଲ୍ଲେଖ କରାଯାଇଛି। ତେଣୁ ଲୋକେ ଏଥିରୁ ନିବୃତ୍ତ ରୁହନ୍ତୁ ବୋଲି କୁହାଯାଇଛି।

ସେହିପରି ଗତ ୧୬ ତାରିଖରେ ବିଜାପୁର ଜିଲ୍ଲାର ପୁଜାରାକାଙ୍ଗେରଠାରେ ହୋଇଥିବା ଏନକାଉଣ୍ଟରରେ ପୁଲିସ ୧୨ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ସ୍ପଷ୍ଟିକରଣ ଦେବା ସହ ଶବଗୁଡିକକୁ ଗଣମାଧ୍ୟମ ଆଗରେ ପ୍ରଦର୍ଶନ କରିଥିଲା। କିନ୍ତୁ ପରେ ବସ୍ତର ଡିଭିଜନାଲ ସଂଗଠନର ସଚିବ ଗଙ୍ଗା ପ୍ରେସ ବିବୃତିରେ ଆମର ଆହୁରି ୬ ଜଣ ନକ୍ସଲ ମଧ୍ୟ ମୃତ୍ୟୁ ବରଣ କରିଥିବା କହିଥିଲେ। ମୋଟ ୧୨ ନୁହେଁ ୧୮ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ସଂଗଠନ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଆଜି ପ୍ରେସ ବିଜ୍ଞପ୍ତିରେ ସଂଗଠନ ପକ୍ଷରୁ ଏହା ଭୁଲ ବୋଲି କହିବା ସହ ସମସ୍ତ ୬ ଜଣ ନକ୍ସଲ ବଞ୍ଚିଥିବା କହିଛନ୍ତି।

ଅଧିକ ପଢ଼ନ୍ତୁ: ବିମାନବନ୍ଦର ସମ୍ପ୍ରସାରଣ ନେଇ ସମୀକ୍ଷା ବୈଠକ କଲେ ରାଜସ୍ବମନ୍ତ୍ରୀ

ଏହି ୬ ଜଣ ମଧ୍ୟରେ ମାଓନେତା ଦାମୋଦରର ମଧ୍ୟ ମୃତ୍ୟୁ ହୋଇଥିବା ସଂଗଠନ ସ୍ପଷ୍ଟ କରିଥିଲା। ଆଜି କିନ୍ତୁ ଦାମୋଦର ବଞ୍ଚିଥିବା ସଂଗଠନ କହିଛି। ତେବେ ସଂଗଠନରେ ମଧ୍ୟ ବିବାଦ ଦେଖାଗଲାଣି ବୋଲି ପୁଲିସ କହିଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ ସେଦି ହୋଇଥିବା ଗୁଳିବିନିମୟରେ ଏହି ୬ ଜଣ ନକ୍ସଲ ଲଚି ପଳାଇବାରେ ସଫଳ ହୋଇଥିଲେ।

ତେବେ ତାଙ୍କୁ ସଂଗଠନ ଠାବ କରିପାରି ନଥିଲା। ଦୀର୍ଘ ୭ ଦିନ ପରେ ସେମାନଙ୍କୁ ପାଇବା ପରେ ପୁଣି ପ୍ରେସ ବିବୃତିରେ ସମସ୍ତ ନକ୍ସଲ ବଞ୍ଚିଥିବା କହିଛନ୍ତି।

ଅଧିକ ପଢ଼ନ୍ତୁ: ‘ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରୁ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରହିଛି’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe