Image courtesy: IBC
ମାଲକାନଗିରି: ପଡ଼ୋଶୀ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ରବିବାର ଅପରାହ୍ଣରେ ପୁଣି ଥରେ ନକ୍ସଲ ଉପଦ୍ରବ ଦେଖିବାକୁ ମିଳିଛି। ନକ୍ସଲମାନେ ୯ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ନକ୍ସଲମାନେ ନିଆଁ ଲଗାଇଥିବା ଗାଡ଼ିମାନଙ୍କ ମଧ୍ୟରେ ୪ଟି ଟ୍ରାକ୍ଟର, ଗୋଟିଏ ଜେସିବି, ଗୋଟିଏ ବାଇକ ସାମିଲ ହୋଇଯାଇଛି। ନିଆଁ ଲଗାଯାଇଥିବା ଗାଡ଼ିଗୁଡ଼ିକ ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ଏହି ଘଟଣା ସୃଷ୍ଟି କରିବା ପାଇଁ ପ୍ରାୟ ଶତାଧିକ ମାଓବାଦୀ ନିଜର ବେଶରେ ଆସିଥିଲେ। ସାନଡୋଙ୍ଗର-ମଡୋନାର ସଡ଼କ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ, ମାଓବାଦୀମାନେ ନିଆଁ ଲଗାଇଥିଲେ।
କୁହାଯାଉଛି ଯେ, ନକ୍ସଲମାନେ ନିର୍ମାଣ କାମ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ସାନଡୋଙ୍ଗରେ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ବିକାଶମୂଳକ କାମ ବନ୍ଦ କରିବାକୁ ମାଓବାଦୀମାନେ ଏଭଳି କାଣ୍ଡ କରିଛନ୍ତି।
ସେହିପରି ନକ୍ସଲମାନେ ଅନ୍ୟ ଏକ ଘଟଣାରେ କିରନ୍ଦୁଲ ଥାନା ଅଞ୍ଚଳରେ ମଧ୍ୟ ଗାଡ଼ି ପୋଡ଼ିଛନ୍ତି। ଜାତୀୟ ଖଣିଜ ବିକାଶ ନିଗମ (ଏନ୍ଏମ୍ଡିସି)ର ଏକ କୋଠାରେ ବି ନିଆଁ ଲଗାଇଛନ୍ତି। କଂପାନିର କୋଠାରେ କାମ ଚାଲିଥିବା ବେଳେ ମାଓବାଦୀମାନେ ଏଭଳି କାଣ୍ଡ କରିଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି। ସୂଚନା ମିଳିବା ପରେ ଘଟଣାସ୍ଥଳକୁ ପୁଲିସ ବଳ ପହଂଚିଛନ୍ତି।
Follow Us