ମାଓବାଦୀଙ୍କ ଉଗ୍ରରୂପ: ମାଲକାନଗିରିରେ କଲେ ଲଙ୍କାକାଣ୍ତ, ଜଳିଗଲା ଟ୍ରକ୍

ଦିନକୁ ଦିନ ବଢ଼ିବାରେ ଲାଗିଛି ମାଲକାନଗିରିରେ ମାଓବାଦୀଙ୍କ ଆତଙ୍କରାଜ। ହିଂସାତ୍ମକ ହୋଇ ଗତକାଲି ରାତିରେ ନିଆଁ ଲଗାଇ ଟ୍ରକ୍ ଜାଳିଦେଇଛନ୍ତି। ଲଗାତାର ମାଓ ସଂଗଠନର ଶୀର୍ଷ ନେତାଙ୍କର ମୃତ୍ୟୁ ହେଉଥିବାରୁ ଏବେ ଏଭଳି  ହିଂସାତ୍ମକ ହୋଇପଡ଼ିଛନ୍ତି। 

ଅଦ୍ୟତନ ହୋଇଛି
Naxal

Naxal Photograph: (sambad.in )

ମାଲକାନଗିରି: ଦିନକୁଦିନ ମାଲକାନଗିରିରେ ମାଓବାଦୀଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଶୀର୍ଷସ୍ତରର କ୍ୟାଡର ସୁଧାକରର ମୃତ୍ୟୁରେ ମାଓବାଦୀ ହିଂସ୍ରରୂପ ଧାରଣ କରିଛନ୍ତି। ସେମାନେ ଗତକାଲି ରାତିରେ ନିଆଁ ଲଗାଇ ଟ୍ରକ୍ ଜାଳିଦେଇଛନ୍ତି। ଲଗାତାର ନକ୍ସଲ ସଂଗଠନର ଶୀର୍ଷ ନେତାଙ୍କର ମୃତ୍ୟୁ ହେଉଥିବାରୁ ଏବେ ନକ୍ସଲମାନେ ଏଭଳି  ହିଂସାତ୍ମକ ହୋଇପଡ଼ିଛନ୍ତି। 

ତେବେ ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳେ ବିଜାପୁର ଜିଲ୍ଲାର କରେମରକା ଏବଂ ଭେରମଗଡ଼ ମଧ୍ୟରେ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥ ଉପରେ ୫ରୁ ୬ ଜଣ ନକ୍ସଲ ପହଞ୍ଚି ଏକ ଟ୍ରକକୁ ଅଟକାଇଥିଲେ। ଟ୍ରକର ଡ୍ରାଇଭରକୁ ସେଠାରୁ ଚାଲିଯିବାକୁ ଧମକ ଦେଇଥିଲେ ମାଓବାଦୀ। ପରେ ପେଟ୍ରୋଲ ଢାଳି ଟ୍ରକକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ। 

ଏହି ଖବର ପଢ଼ନ୍ତୁ: ୧ କୋଟି ଘୋଷିତ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ସୁଧାକର ନିପାତ

ସୂଚନା ମୁତାବକ, ପୁଲିସ ଏନକାଉଣ୍ଟରରେ ଗତ ୨୧ ତାରିଖରେ ମାଓସଂଗଠନର କେନ୍ଦ୍ରୀୟ କମିଟିର ମହାସଚିବ ବାସବରାଜୁର ମୃତ୍ୟୁ ଏବଂ ଗତକାଲି କେନ୍ଦ୍ରୀୟ କମିଟିର ସଦସ୍ୟ ସୁଧାକରର ମୃତ୍ୟୁରେ ସଂଗଠନର ଅଣ୍ଟା ଭାଙ୍ଗିଯାଇଛି। ମାଓବାଦୀମାନେ ଏବେ ସୁରକ୍ଷାକର୍ମୀ ଓ ପୁଲିସକୁ କିପରି ଟାର୍ଗେଟ କରିବ ସେନେଇ ଚିନ୍ତାରେ ରହିଛି। ତେବେ ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳେ ବିଜାପୁର ଜିଲ୍ଲାର କରେମରକା ଏବଂ ଭେରମଗଡ଼ ମଧ୍ୟରେ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥ ଉପରେ ୫ରୁ ୬ ଜଣ ନକ୍ସଲ ପହଞ୍ଚି ଏକ ଟ୍ରକକୁ ଅଟକାଇଥିଲେ। ଟ୍ରକର ଡ୍ରାଇଭରକୁ ସେଠାରୁ ଚାଲିଯିବାକୁ ଧମକ ଦେଇଥିଲେ। ପରେ ପେଟ୍ରୋଲ ଢାଳି ଟ୍ରକକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ। 

ଏହି ଘଟଣା ସମ୍ପର୍କରେ ଭେରମଗଡ଼ ଓ ଜଙ୍ଗଲ ଥାନା ପୁଲିସ ସୂଚନା ପାଇବା ପରେ ସୁରକ୍ଷାକର୍ମୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ଘଟଣାରେ କେହି ମଧ୍ୟ ଗିରଫ ହୋଇନଥିବା ବେଳେ ସେହି ଅଞ୍ଚଳରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜୋରଦାର ଜାରି ରଖିଥିବା ପୁଲିସ ପକ୍ଷରୁ ଜଣାପଡ଼ିଛି।

Malkangiri | Naxal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe