ନୂତନ ପୁଲିସ କ୍ୟାମ୍ପ ଉପରେ ନକ୍ସଲଙ୍କ ଅତର୍କିତ ଆକ୍ରମଣ

ଛତିଶଗଡର ଦୁର୍ଗମ ଅଞ୍ଚଳଗୁଡିକରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ଯୋଗୁ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହେଉଛନ୍ତି। ବିଜାପୁର ଜିଲ୍ଲାରେ ନୂତନ ପୁଲିସ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ନକ୍ସଲ ଏଥିରେ ଉତକ୍ଷିପ୍ତ ହୋଇ କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି...

Mkg police camp upare naxal attack (1)

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ନକ୍ସଲ ଏବେ ସକ୍ରିୟ ହେବାରେ ଲାଗିଛନ୍ତି। ପୁଲିସକୁ କିପରି ଧରାଶାୟୀ କରିବେ ସେନେଇ ପ୍ରତିଦିନ ନୂଆ ନୂଆ ରଣନୀତି କରୁଥିଲେ ମଧ୍ୟ ସେମାନଙ୍କର ହିଁ କ୍ଷତି ଘଟୁଛି। ନକ୍ସଲ ପୁଲିସର ଘନଘନ ଅପରେସନ ଯୋଗୁ ଏବେ ତେଲେଙ୍ଗାନା ଏବଂ ଓଡ଼ିଶା ମୁହାଁ ହେଲେଣି।

ଛତିଶଗଡର ଦୁର୍ଗମ ଅଞ୍ଚଳଗୁଡିକରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ଯୋଗୁ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହେଉଛନ୍ତି।ବିଜାପୁର ଜିଲ୍ଲାର ପାମେଡ ଥାନା ଅନ୍ତର୍ଗତ ନକ୍ସଲ ପ୍ରବଣ ଜିଡପାଲୀ ଗ୍ରାମ ନିକଟରେ ନୂତନ ପୁଲିସ କ୍ୟାମ୍ପ ଗତ ଦୁଇ ଦିନ ତଳେ ପ୍ରତିଷ୍ଠା କରାଯାଇଛି।

ତେବେ ନକ୍ସଲ ଏଥିରେ ଉତକ୍ଷିପ୍ତ ହୋଇ କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି। ଗତକାଲି ରାତି ପ୍ରାୟ ସାଢେ ଆଠଟା ସମୟରେ ନକ୍ସଲ ଏହି ନୂତନ କ୍ୟାମ୍ପ ଉପରେ ଅତର୍କିତ ଗୁଳି ବର୍ଷଣ କରିଥିଲେ। ଯବାନ ନିଜକୁ ସୁରକ୍ଷିତ କରି ନକ୍ସଲଙ୍କୁ ପାଲଟା ଜବାବ ଦେଇଥିଲେ। ରକେଟ ଲଞ୍ଚରରେ ଯବାନ ଯେତେବେଳେ ନକ୍ସଲ ଉପରେ ଆକ୍ରମଣ କଲେ ନକ୍ସଲ ଜଙ୍ଗଲରେ ଛତ୍ରଭଙ୍ଗ ଦେଇଥିଲେ।

ଯବାନଙ୍କର ଗୁଳି ଏବଂ ରକେଟ ଲଞ୍ଚରର ସାମ୍ନା କରିପାରି ନ ଥିଲେ। ତେବେ ନୂତନ କ୍ୟାମ୍ପ ଖୋଲାଯାଇଥିବାରୁ ସିଆରପିଏଫ ଡିଆଇଜି ସୁରଜପାଲ ବ୍ରହ୍ମା,ଏସପି ଜିତେନ୍ଦ୍ର ୟାଦବ,କମାଣ୍ଡାଣ୍ଟ ଲତିଫ କୁମାର ଶର୍ମା ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ଜିଡପାଲୀ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ନକ୍ସଲ କ୍ୟାଡରଙ୍କର ତାଲିମ କେନ୍ଦ୍ର ଥିଲା। ଏଠାରେ ଯେତେବେଳେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ହେଲା ନକ୍ସଲ ହଡବଡେଇ ଗଲେ।

Mkg police camp upare naxal attack (2)

ଅଧିକ ପଢ଼ନ୍ତୁ: ଗଳା କାଟି ନିର୍ମମ ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

କିଛି ନ ବୁଝି ସିଧା ପୁଲିସ କ୍ୟାମ୍ପ ଉପରେ ଆକ୍ରମଣ କରିଦେଲେ। ତେବେ ନକ୍ସଲଙ୍କ ଆକ୍ରମଣରେ ଜଣେ ଯବାନ ଆହତ ମଧ୍ୟ ହୋଇଛନ୍ତି।ତାଙ୍କୁ ତୁରନ୍ତ କ୍ୟାମ୍ପରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଜିଲ୍ଲା ହସପିଟାଲକୁ ନିଆଯାଇଥିଲା। ଯବାନମାନେ  ନକ୍ସଲଙ୍କୁ ପାଲଟା ଜବାବ ଦେଇଥିବାରୁ ସିଆରପିଏଫର ଉଚ୍ଚପଦାଧିକାରୀ,ଏସପି ସମେତ ଅନ୍ୟ ଅଧିକାରୀମାନେ ପ୍ରଶଂସା କରିଥିଲେ।

ତେବେ ଏହି ଗୁଳିବିନିମୟର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଜଣେ ଯବାନ ଗୁଳିବିନିମୟ ବେଳେ ଏହାର ଭିଡିଓ ଉତ୍ତୋଳନ କରିଥିଲେ। ରାତିର ଅନ୍ଧାରରେ କେବଳ ଗୁଳି ବର୍ଷଣ ଏବଂ ରକେଟ ଲଞ୍ଚରର ଶଦ୍ଦ ଶୁଭୁଛି।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଖୋଲିବ ୮ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe