ସହିଦ ସପ୍ତାହ ପାଳନ ନେଇ ନକ୍ସଲଙ୍କ ଅଡିଓ ଟେପ ଜାରି

Advertisment
ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସି ଶଙ୍କର ଗିରଫ, ସୂଚନା ଦେଲେ ଡିଜି ଅଭୟ

The Economic Times

ମାଲକାନଗିରି: ମାଲକାନଗିରି-କୋରାପୁଟ ବର୍ଡର ଡିଭିଜନର ମାଓନେତା ରାକେଶ ଆସନ୍ତା ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରୁଥିବା ନେଇ ଅଡିଓ ଟେପ ଜାରି କରିଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ମାଓନେତା ପ୍ରକାଶ କରିଛନ୍ତି କି ସହିଦ ସପ୍ତାହକୁ ଗ୍ରାମ ଗ୍ରାମରେ ପାଳନ କରିବା ପାଇଁ ମାଲକାନଗିରି କୋରାପୁଟ ବର୍ଡର ଡିଭିଜନ ଅହ୍ବାନ କରୁଛି।ଗତ କିଛି ଦିନ ତଳେ ଆନ୍ଧ୍ର ସୀମାରେ ଆମର ବହୁ ସାଥୀ ସହିଦ ହୋଇଛନ୍ତି।

ବିଶାଖା ଡିଭିଜନରେ କାମ କରୁଥିବା କମ୍ରେଡ ରଣଦେବ,କମ୍ରେଡ ଅଶୋକ,କମ୍ରେଡ କିଶୋର,କମ୍ରେଡ ପାଇକେ,କମ୍ରେଡ ସାଇତେ,କମ୍ରେଡ ଲଲିତା ସହିଦ ହୋଇଥିଲେ।ଏହି ସମସ୍ତେ ପାର୍ଟି ପାଇଁ କାମ କରୁଥିଲେ ଆଉ ନିଜ ଜୀବନ ଦେଇ ଅମର ହୋଇଯାଇଛନ୍ତି।ମାଲକାନଗିରିର ଜିଲ୍ଲାର କମ୍ରେଡ କିଶୋର ସହିଦ ହୋଇଥିଲେ।ଜିଲ୍ଲାର ସିଙ୍ଗାବରମରେ କମ୍ରେଡ ମାଲା,ଶାନ୍ତି ଶତ୍ରୁ ସହ ଲଢେଇ କରି ଅମର ହୋଇଯାଇଛନ୍ତି।

ଅନ୍ୟ ଏକ ଘଟଣାରେ ଜୟା ମଧ୍ୟ ସହିଦ ହୋଇଥିଲେ।ସେହିପରି ଅଣ୍ଡ୍ରାପାଲୀ ଏନକାଉଣ୍ଟରରେ କମ୍ରେଡ କେଶବ,ଖଜୁରିଗୁଡାରେ କମ୍ରେଡ ଧନୁ ଏନକାଉଣ୍ଟରରେ ସହିଦ ହୋଇଥିଲେ।ଅପରେସନ ପ୍ରହାରକୁ ପ୍ରତିହତ କରିବାକୁ ଯାଇ ଏହି କମ୍ରେଡମାନେ ନିଜ ଜୀବନ ଦେଇଛନ୍ତି।ତେଣୁ ପ୍ରତ୍ୟେକ ଗ୍ରାମରେ ସହିଦ ଏହି ଅମର ସହିଦମାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଏହି ଦିବସକୁ ପାଳନ କରିବାକୁ ଆହ୍ବାନ ଦିଆଯାଇଛି।

ଅପରେସନ ପ୍ରହାରକୁ ଗାଁ ଗାଁରେ ବିରୋଧ କରାଯାଉଛି। ଯେଉଁ କମ୍ରେଡମାନେ ସହିଦ ହୋଇଛନ୍ତି ସେମାନଙ୍କ ପରିବାରକୁ ଆମେ ସମବେଦନା ଜ୍ଞାପନ କରୁଛୁ।ଜଳ,ଜମି ଓ ଜଂଗଲ ଆମର ଅଧିକାର।ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଆମେ ଲଢେଇ କରିବୁ ବୋଲି ରାକେଶ କହିଛି।ଏହି ସହିଦ ବୀରମାନଙ୍କ ବଳିଦାନକୁ ବୃଥା ହେବାକୁ ଦେବୁ ନାହିଁ।କେବଳ ମାଲକାନଗିରିରେ ନୁହେଁ କୋରାପୁଟ ଜିଲ୍ଲାର ଘୋଡାବେଡାରେ ମଧ୍ୟ ଆମର ପାର୍ଟିର ୩ ଜଣ କମ୍ରେଡ ସହିଦ ହୋଇଛନ୍ତି।ତେଣୁ ସେମାନଙ୍କ ଉଦେଶ୍ୟରେ ମଧ୍ୟ ଏହି ଦିବସରେ ଶ୍ରଦ୍ଧାଞ୍ଜଳି ଦିଆଯାଉ ବୋଲି କୋରାପୁଟ-ମାଲକାନଗିରି ବଡର ଡିଭିଜନର ସଚିବ ରାକେଶ ଆହ୍ବାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe