ଟାକରା ହାଇସ୍କୁଲରୁ ପୁଣି ଦୁଇ ଅନ୍ତେବାସୀ ଛାତ୍ର ନିଖୋଜ : ନିଜ ଦୋଷ ଢ଼ାଙ୍କିବାକୁ ଟିସି ଦେଇ ବିଦା କରିଦେଲେ ଶିକ୍ଷକ

ଦଶପଲ୍ଲା ବ୍ଲକ ଅଧୀନସ୍ଥ ଟାକରା ଉଚ୍ଚ ବିଦ୍ୟାଳୟରୁ ଗତ ୨୨ ତାରିଖ ଦିନ ୪ ଜଣ ଅନ୍ତେବାସୀ ଛାତ୍ର ନିଖୋଜ ହେବା ଘଟଣାକୁ ୮ ଦିନ ବିତି ନଥିବା ବେଳେ ପୁଣି ଗତକାଲି ଅପରାହ୍ଣରେ ୨ ଜଣ (୮ମ, ୬ଷ୍ଠ) ଅନ୍ତେବାସୀ ଛାତ୍ର ହଷ୍ଟେଲ ଛାଡ଼ି ନିଖୋଜ ହୋଇଛନ୍ତି।

New Project (33)

ଦଶପଲ୍ଲା: ଦଶପଲ୍ଲା ବ୍ଲକ ଅଧୀନସ୍ଥ ଟାକରା ଉଚ୍ଚ ବିଦ୍ୟାଳୟରୁ ଗତ ୨୨ ତାରିଖ ଦିନ ୪ ଜଣ ଅନ୍ତେବାସୀ ଛାତ୍ର ନିଖୋଜ ହେବା ଘଟଣାକୁ ୮ ଦିନ ବିତି ନଥିବା ବେଳେ ପୁଣି ଗତକାଲି ଅପରାହ୍ଣରେ ୨ ଜଣ (୮ମ, ୬ଷ୍ଠ) ଅନ୍ତେବାସୀ ଛାତ୍ର ହଷ୍ଟେଲ ଛାଡ଼ି ନିଖୋଜ ହୋଇଛନ୍ତି। ବିଦ୍ୟାଳୟ ଛୁଟି ପରେ ଛାତ୍ର ଦ୍ବୟ ନିଖୋଜ ଥିବାବେଳେ ପ୍ରାୟ ୫ ଘଣ୍ଟା ପରେ ରାତି ପ୍ରାୟ ୯ଟା ପରେ ଠାବ କରାଯାଇଥିବା ସୂଚନା ମିଳିଛି। ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଉକ୍ତ ବିଦ୍ୟାଳୟରେ ହଷ୍ଟେଲ ପରିଚାଳିତ ହେଉଛି। ସେଠାରେ ୬ଷ୍ଠଠାରୁ ଦଶମ ପର୍ଯ୍ୟନ୍ତ ୨ଶହ ୬୬ ଜଣ ଅନ୍ତେବାସୀ ଛାତ୍ର ରହୁଛନ୍ତି। ହେଲେ ହଷ୍ଟେଲରୁ ବାରମ୍ବାର ଛାତ୍ର ନିଖୋଜ ହେବା ତଥା ହଷ୍ଟେଲ ଛାଡ଼ିବା କେଉଁଠି ନା କେଉଁଠି ପରିଚାଳନାଗତ ତ୍ରୁଟିକୁ ପଦାରେ ପକାଉଛି।

 ଏପଟେ ଏଭଳି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ରଶ୍ମୀ ରଂଜନ ବାରିକଙ୍କୁ ବିଦ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ସେ କହିଛନ୍ତି। ଏ ସମ୍ପର୍କରେ ପଚାରିବାରୁ ଘଟଣା ସମ୍ପର୍କରେ ଜାଣିନଥିବା କହିବା ସହ ପ୍ରଧାନ ଶିକ୍ଷକଙ୍କୁ ପଚାରିଛନ୍ତି। ଯାହାକି ଏହି ଦୁଇଛାତ୍ର ପୂର୍ବରୁ ୨/୪ ଥର ଯିବାକୁ ଉଦ୍ୟମ କରୁଥିବା ବେଳେ ଗତକାଲି ପଳାଇଯିବା ଘଟଣାକୁ ନେଇ ଅଭିଭାବକଙ୍କୁ ଡ଼କା ଯାଇଥିଲା। ସେମାନେ ପିଲାଙ୍କୁ ନେଇଯିବା କହିବାରୁ ଟିସି ଦେଇ ଛଡ଼ା ଯାଇଛି ବୋଲି କହିଥିବା ସେ କହିଛନ୍ତି। ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ହଷ୍ଟେଲରୁ ଛାତ୍ର ନିଖୋଜ ସମ୍ପର୍କରେ ବ୍ଲକସ୍ତରୀୟ ଅଧିକାରୀଙ୍କୁ ଅବଗତ ନକରାଇ ନିଜ ଦୋଷ ଦୁର୍ବଳତାକୁ ଢ଼ାଙ୍କିବାକୁ ଯାଇ ଅଭିଭାବକଙ୍କୁ ଡ଼କାଇ ବିଦ୍ୟାଳୟରୁ ବିଦା କରିବା ଘଟଣା ଏବେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅପାରଗତାକୁ ପଦାରେ ପକାଇଛି।

ଅନ୍ୟପାର୍ଶ୍ବରେ ପିଲାଙ୍କୁ ବିଦ୍ୟାଳୟରେ ରଖିବା ପାଇଁ ଶିକ୍ଷକ ମନା କରିବାରୁ ନେବାକୁ ବାଧ୍ୟ ହେଉଥିବା ଅଭିଭାବକ ମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି। କାହିଁକି ବାରମ୍ବାର ଛାତ୍ର ହଷ୍ଟେଲ ଛାଡ଼ୁଛନ୍ତି ତାହା ତଦନ୍ତ ହେବା ପୂର୍ବରୁ ଶିକ୍ଷକମାନେ ନିଜ ଉପରୁ ଦୋଷ ଖସାଇ ଚାଲିଛନ୍ତି। ଏନେଇ ପ୍ରଧାନ ଶିକ୍ଷକ ମୁକେଶ ଦୁଗାଲଙ୍କୁ ଫୋନ କରିଥିବା ବେଳେ ସେ ଫୋନ୍ ଗ୍ରହଣ କରି ନାହାନ୍ତି। ଉକ୍ତ ବିଦ୍ୟାଳୟରେ ଛାତ୍ର ନିଖୋଜ ହେବା ଘଟଣା ଠାରୁ ଆରମ୍ଭ କରି କ୍ବିଣ୍ଟାଲ କ୍ବିଣ୍ଟାଲ ଚାଉଳ ହଡ଼ପ କରିବା, ପରିଚାଳନା କମିଟି ଓ ଆଲୁମନି କମିଟିର ଅଜ୍ଞାତରେ ପୁରୁଣା ସାମଗ୍ରୀ ବିକ୍ରୟ କରିବା, ରାତ୍ର ଜଗୁଆଳ ଓ ସୁଇପର୍ ନିଯୁକ୍ତି, ଦୁର୍ନୀତିକୁ ଢ଼ାଙ୍କିବାକୁ ପ୍ରତି ବୈଠକରେ ରିଜୋଲ୍ୟୁସନ ଖାତା ବଦଳାଇବା, ସାର୍ଟିଫିକେଟ ପ୍ରଦାନ ସମୟରେ ମାତ୍ରାଧିକ ଅର୍ଥ ଆଦାୟ କରିବା ଆଦି ଘଟଣାକୁ ନେଇ ପରିଚାଳନା କମିଟି, ଆଲୁମନି କମିଟି ଓ ଅଭିଭାବକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆଲୁମନି ସଭାପତି ପ୍ରଦୀପ କୁମାର ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe