୩ ଚୋରା ମଦ ବେପାରୀ ଗିରଫ

Advertisment

୧୩ ଲିଟର ମଦ ଜବତ

୧୩ ଲିଟର ମଦ ଜବତ

୩ ଚୋରା ମଦ ବେପାରୀ ଗିରଫ

ରଣପୁର: ଜିଲ୍ଲା ଅବକାରୀ ବିଭାଗ ତରଫରୁ ଆଜି ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୩ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ୧୩ ଲିଟର ଦେଶୀ ଓ ବିଦେଶୀ ମଦ ଜବତ ହୋଇଥିବା ଜଣାଯାଇଛି। ଖବର ନେବାରେ ଜଣାଯାଇଛି, ରଣପୁର ଅବକାରୀ ବିଭାଗ ଅଧୀନ ସୁର୍କାବାଡ଼ି ଗାଁରେ ଅବକାରୀ ବିଭାଗ ପକ୍ଷରୁ ଆଜି ସନ୍ଧ୍ୟା ସାଢେ ୬ ଟାରେ ଚଢ଼ଉ କରାଯାଇ ଚୋରା ଦେଶୀ ମଦ ବେପାରୀ ମଞ୍ଜୁ ମଣ୍ତଳଙ୍କଠାରୁ ୩ ଲିଟର ଦେଶୀ ମଦ ଜବତ ହୋଇଛି। ସେହିପରି ଏକ ସମୟରେ ଚମ୍ପାଗଡ଼ ପଞ୍ଚାୟତ ଅଧୀନ କଟକ ସହର ଗାଁରେ ଥିବା ଏକ ଢାବାରେ ଚଢଉ କରାଯାଇଥିବା ବେଳେ ସଂପୃକ୍ତ ଚୋରା ମଦ ବେପାରୀ ରାମଚନ୍ଦ୍ର ସେନାପତିଙ୍କଠାରୁ ୭ ଲିଟର ଓ ଜୟନ୍ତ ନାୟକଙ୍କଠାରୁ ୩ ଲିଟର ବିଦେଶୀ ମଦ ଜବତ କରାଯାଇଛି। ତେବେ ଉପରୋକ୍ତ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କିନ୍ତୁ ଜାମିନ ନାମଞ୍ଜୁର୍‌ ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe