ବେଆଇନ୍ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ: ୪ ଗୋରୁ ମୃତ, ଚାଳକ ଓ ବ୍ୟବସାୟୀ ଫେରାର

ବେଆଇନ୍ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ: ୪ ଗୋରୁ ମୃତ, ଚାଳକ ଓ ବ୍ୟବସାୟୀ ଫେରାର

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା- ଗଣିଆ ରାଜ୍ୟ ରାଜପଥର ଯୋଗୀବନ୍ଧ ଛକ ନିକଟରେ ଆଜି ଭୋର୍ ୪ଟା ସମୟରେ ଏକ ବେଆଇନ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ଦଶପଲ୍ଲାରୁ ଗଣିଆ ଅଭିମୁଖେ ଯାଉଥିବା (ଓ ଡି ୦୫ ବିଜେ ଘ୦୮୩୦) ପିକଅପ୍ ରାସ୍ତା କଡ଼ରେ ଥିବା ସେତୁ ୱାଲରେ ଧକ୍କା ଦେଇ ରାସ୍ତା ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର୍ ଓ ବ୍ୟବସାୟୀ ଖସି ପଳାଇଛନ୍ତି।

ପିକଅପ୍ ଭ୍ୟାନ ଭିତରେ ପ୍ରାୟ ୩୦ଟି ଗୋରୁ ଥିବାବେଳେ ସେଥିମଧ୍ୟରୁ ଘଟଣାସ୍ଥଳରେ ୪ଟି ଗୋରୁଙ୍କ ମୃତ୍ୟୁ ହୋଇଛି।  ଟି ଗୋରୁ ଗୁରୁତର ଅବସ୍ଥାରେ ପଡ଼ି ରହିଛନ୍ତି। ଯାହାକି ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି। ଅନେକ ଗୋରୁ ପଳାଇ ଯାଇଛନ୍ତି। ସ୍ଥାନୀୟ କିଛି ଯୁବକ ଶବ୍ଦ ଶୁଣି ସମସ୍ତ ଗାଈମାନଙ୍କୁ ଉଦ୍ଧାର କରିବା ସହ ଦଶପଲ୍ଲା ଦମକଳ ବାହିନୀ ଏବଂ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହ ପ୍ରାଣୀ ଚିକିତ୍ସକଙ୍କୁ ଡକାଇ ଚିକିତ୍ସା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe