କୃଷିମନ୍ତ୍ରୀଙ୍କ ଜିଲ୍ଲାରେ ଚାଷ ସ୍ଥିତି ଏମିତି... : ୪୧୮ ପ୍ରକଳ୍ପ ଆରମ୍ଭରୁ ଅଚଳ

ମୁନାଫା ‌ପାଇଁ ମନ ଇଚ୍ଛା ନିର୍ମାଣ କରିଥି‌ଲେ, ପାଣିରେ ପଡ଼ିଛି କୋଟି କୋଟି ଟଙ୍କା

ଚାଷରେ ବଢ଼ୁଛି ବିଦ୍ୟୁତ୍‌ ବ୍ୟବହାର: ଚାଷୀଙ୍କ ଉପରେ ବୋଝ ପଡ଼ୁଛି

Zameen.com

ନୟାଗଡ଼, (ରିତେନ୍ଦ୍ର ଛାଟୋଇ): ବଡ଼ ବିଚିତ୍ର ଢଙ୍ଗରେ ଚାଲିଛି ନୟାଗଡ଼ ଜିଲ୍ଲା ଉଠା ଜଳସେଚନ ବିଭାଗ। ଚାଷୀ ଜମିକୁ ଜଳସେଚନ ନିମନ୍ତେ ବିଭିନ୍ନ ଯୋଜନାରେ ଅନୁଦାନ ଆସୁଥିବା ବେ‌ଳେ, କାଗଜପତ୍ରରେ କାମ କରି କୋଟି କୋଟି ଟଙ୍କା ବାଟମାରଣା ହେଉଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି, ଗଭୀର ନଳକୂପ ‌ସେଚ ପ୍ରକଳ୍ପ (ଡିପ୍‌ ବୋର୍‌ୱେଲ) ନିର୍ମାଣରେ।

୨୦୧୪ ମସିହାରେ ଓଡ଼ିଶା ଉଠାଜଳସେଚନ ନିଗମ (ଓଏଲ୍ଆଇସି) ଜରିଆରେ ଏହି ପ୍ରକଳ୍ପ ସବୁ ନିର୍ମାଣ କରାଯାଇଥିଲା। ପ୍ରକଳ୍ପ ପିଛା ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲା। ଏଥିରେ ଚାଷୀର ୨୧ ହଜାର ଟଙ୍କା ସେୟାର ରହୁଥିଲା। ଏହି ପରିସ୍ଥିତିରେ ଜିଲ୍ଲାରେ ୪୧୮ ଡିପ୍ ବୋରୱେଲ୍ ଆରମ୍ଭରୁ ଅଚଳ ହୋଇପଡ଼ିଥିବା ଖୋଦ୍‌ ବିଭାଗର ସୂଚନା କହୁଛି। ବାସ୍ତବରେ ଏହି ସଂଖ୍ୟା ଢେର୍ ଅଧିକ ହେବ। ପ୍ରକଳ୍ପରେ ଯେତେବେଳେ ସମସ୍ୟା ଦେଖା‌ଦେଲା, ସେ‌ତେବେଳେ ବିଭ‌‌ାଗର ନୟାଗଡ଼ କାର୍ଯ୍ୟାଳୟକୁ ଚାଷୀମାନେ ଧାଇଁଲେ, ହେଲେ ସେମାନଙ୍କ କଥା କେହି ଶୁଣିଲେ ନାହିଁ। ୪୧୮ ପ୍ରକଳ୍ପକୁ ୫ ଲକ୍ଷ ହିସାବରେ ପାଖାପାଖି ୨୧ କୋଟି ଟଙ୍କା ସରକାରଙ୍କର ବର୍‌ବାଦ ହୋଇଛି। ବହୁ ଜମିରେ ଡିପ୍ ବୋର୍‌ୱେଲ୍ ପ୍ରକଳ୍ପ ନିର୍ମାଣ କରାଗଲେ ପାଣି ପଡ଼ିବ ନାହିଁ ଜଣାଥିଲା। କିନ୍ତୁ ସର୍‌କାର୍‌ କା ମାଲ୍ ଦରିଆ ମେଁ ଡାଲ୍ ନୀତିରେ ଏହି ପ୍ରକଳ୍ପ କରାଯାଇଥିଲା। ଜେଇ, ଠିକାଦାର, ବିଭାଗୀୟ ଅଧିକାରୀ ମିଶି ଚାଷୀଙ୍କୁ ଠକି ମୁନାଫା ଲୁଟି ନେଇଛନ୍ତି। ରଣପୁର ବ୍ଲକ୍‌ରେ ସର୍ବାଧିକ ୧୯୦ଟି ଡିପ୍ ବୋର୍‌ୱେଲ୍ ଅଚଳ ହୋଇପଡ଼ିଥିବା ବେଳେ, ଓଡ଼ଗାଁ ବ୍ଲକ୍‌ରେ ୮୮ଟି, ନୂଆଗାଁ ବ୍ଲକ୍‌ରେ ୬୭, ନୟାଗଡ଼ରେ ୪୮, ଖଣ୍ଡପଡ଼‌ାରେ ୧୮, ଭାପୁରରେ ୭ଟି ପ୍ରକଳ୍ପ ଚାଷୀଙ୍କ କାମରେ ଆସୁନାହିଁ। ଏହି ସମସ୍ତ ପ୍ରକଳ୍ପ ନିର୍ମାଣ ହେବା ଦିନଠାରୁ ହିଁ ଅଚଳ ହୋଇପଡ଼ିଛି।

କ୍ଷତିଗ୍ରସ୍ତ ଚାଷୀମାଦେ ବିଭା‌ଗୀୟ କାର୍ଯ୍ୟାଳୟକୁ ଦୌଡ଼ିଥିଲେ ମଧ୍ୟ କେହି ଶୁଣିନଥିଲେ। ଜିଲ୍ଲାସାରା ଏଭଳି ବିଭିନ୍ନ ଯୋଜନା‌ରେ ତିଆରି ହୋଇଥିବା ଜଳସେଚନ ପ୍ରକଳ୍ପ ବନ୍ଦ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ୨୦୨୦-୨୧ ଆର୍ଥିକ ବର୍ଷରେ ପୁନର୍ବାର ବିଜୁ କୃଷକ ବିକାଶ ଯୋଜନାରେ ଡିପ୍‌ ବୋର୍‌ୱେଲ୍‌ ନିର୍ମାଣ ପାଇଁ ପ୍ରକ୍ରିୟା ଗତ ମାସରୁ ଆରମ୍ଭ ହୋଇଛି।

୨୦୨୧ ଜାନୁଆରି ୩୧ ପର୍ଯ୍ୟନ୍ତ ଏଥିନିମନ୍ତେ ଚାଷୀ ଆବେଦନ କରିବାର ଶେଷ ତାରିଖ ରହିଥିଲା, କିନ୍ତୁ କୌଣସି କାରଣରୁ ଏହ‌ାକୁ ଯଥେଷ୍ଟ ପୂର୍ବରୁ ବନ୍ଦ କରି ଦିଆଯାଇଥିବା ନିର୍ବାହୀଯନ୍ତ୍ରୀ ନିରଞ୍ଜନ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe