ନୟାଗଡ଼: ୫ ଲୁଟେରା ଗିରଫ, ଟଙ୍କା ଓ ବନ୍ଧୁକ ଜବତ

Advertisment
ନୟାଗଡ଼: ୫ ଲୁଟେରା ଗିରଫ, ଟଙ୍କା ଓ ବନ୍ଧୁକ ଜବତ

ନୟାଗଡ଼: ଲୁଟେରା ଗ୍ୟାଙ୍ଗର ୫ଜଣ ସଦସ୍ୟଙ୍କୁ ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ପୁଲିସ ସୋମବାର ରାତିରେ ଗିରଫ କରିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ମାତ୍ରେ ପୁଲିସ ଡକାୟତ ଗ୍ୟାଙ୍ଗ୍‌କୁ ପିଛା କରି ଚକାପାଦ ନିକଟରେ କାବୁ କରିଥିଲା। ଡାକୟତମାନଙ୍କଠାରୁ ୨୯,୫୦୦ଟଙ୍କା, ଗୋଟିଏ ବନ୍ଧୁକ, ୨ଟି ଜୀବନ୍ତ ଗୁଳି ଓ ୫ଟି ମୋବାଇଲ ଜବତ କରାଯାଇଛି ବୋଲି ଏସ୍‌ପି ଆଶିଷ ସିଂହ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର କହିଛନ୍ତି।

ଏଏସ୍‌ପି ଶ୍ରୀଧର ପାଣିଙ୍କ ଉପସ୍ଥିତିରେ, ଶ୍ରୀ ସିଂହ କହିଛନ୍ତି, ଅପରାଧୀ ପ୍ରେମାନନ୍ଦ ଦିଗାଲ, ପ୍ରତାପ ଦିଗଲ ବିନୋଦ ଦିଗାଲ, ଡମ୍ବରୁଧର ବେହେରା ଓ କୃଷ୍ଣଚନ୍ଦ୍ର ମହାନ୍ତି ଦଶପଲ୍ଲା ପାର୍ଶ୍ୱରୁ ଫୁଲବାଣୀ ଆଡ଼କୁ ଏକ ବଲେରୋ(ଓଡି୦୨ ଓ୍ଵାଇ ୫୨୯୩)ରେ ଯାଉଥିଲେ। ବଲାଙ୍ଗୀର-ଖୋର୍ଦ୍ଧା ଜାତୀୟ ରାଜପଥ ନମ୍ବର ୫୭ର ଶାଳଭଙ୍ଗା ଜଙ୍ଗଳରେ ଏକ ଟ୍ରକ(ଓଆର୨୫ଏ ୫୮୨୮)କୁ ଅଟକାଇଥିଲେ। ଟ୍ରକର ଚାଳକ ଦଶପଲ୍ଲା ଥାନା ଅନ୍ତର୍ଗତ ନେଉଳିଗୁଡ଼ା ଗ୍ରାମର ଗଙ୍ଗାଧର ପ୍ରଧାନ ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ଟ୍ରକ ଅଟକାଇଥିଲେ। ଲୁଟେରାମାନେ ଗଙ୍ଗାଧରଙ୍କ ପାଖରୁ ଜୋରଜବଦସ୍ତି ୫୦,୦୦୦ ଟଙ୍କା ନେଇ ଫୁଲବାଣୀ ଦିଗରେ ଫେରାର ହୋଇ ଯାଇଥିଲେ।

ବାଣୀଗୋଚ୍ଛା ପୁଲିସ ଭାରତୀୟ ଦଣ୍ଡ ସଂହିତା ଧାର ୩୯୫, ୨୫,୨୭ ଆଧାରରେ ୪୪/୧୭ରେ ମାମଲା ରୁଜୁ କରି ଅପରାଧୀମାନଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe