ନୟାଗଡ଼: ନୟାଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସହରରେ ବିନା ଡ୍ରାଇଭିଂ ଲାଇସେନ୍ସରେ ସ୍କୁଲ ଓ କଲେଜ ପିଲାମାନେ ଗାଡ଼ି ଚଳାଉଥିବା ଉପରେ ଯାଞ୍ଚ କରାଯାଉଛି। ଏହି କ୍ରମରେ ଶୁକ୍ରବାର ୩ ଜଣ ନାବାଳକ ଗାଡ଼ି ଚାଳକ ଧରାପଡ଼ିଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଏକ ବିଦ୍ୟାଳୟ ଓ ଅନ୍ୟଜଣଙ୍କୁ ଅନ୍ୟ ଏକ ବିଦ୍ୟାଳୟ ନିକଟରୁ ଧରାଯାଇଛି। ଦୁଇଛାତ୍ର ୨ ସ୍କୁଟି ଓ ଗୋଟିଏ ହିରୋହୋଣ୍ଡା ମୋଟରସାଇକେଲ ଚଳାଇ ଯାଉଥିବା ସମୟରେ ଧରାପଡ଼ିଥିବାର ସୂଚନା ମିଳିଛି। ଆଜି ଗାଡ଼ି ଚେକିଂର ଶେଷ ଦିନରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ସେମାନଙ୍କ ଅଭିଭାବକଙ୍କ ଉପସ୍ଥିତିରେ ପ୍ରତ୍ୟେକଙ୍କ ଠାରୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇ ଭବିଷ୍ୟତରେ ଏଭଳି କାର୍ଯ୍ୟ ନକରିବା ପାଇଁ ନିର୍ଦେଶ ଦିଆଯାଇଛି। ଏହାସହ ସେମାନଙ୍କୁ ୨୫ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତ ପାଇଁ ଅନୁମତି ରଦ୍ଦ କରାଯାଇଛି। ଏନେଇ ନୟାଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି।
୩ ନାବାଳକ ଗାଡ଼ି ଚାଳକଙ୍କୁ ୭୫ ହଜାର ଟଙ୍କା ଜରିମାନା
Advertisment
Follow Us