୫୭ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା: ଚାଲିଗଲା ବାଇକ୍ ଆରୋହୀଙ୍କର ଜୀବନ

ଦୁର୍ଘଟଣାରେ ଜଣେ ମୃତ

ଦଶପଲ୍ଲା: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଯଉବନ ପେଟ୍ରୋଲ ପମ୍ପ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ପିକଅପ୍ ଭ୍ୟାନ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକର ନାଆଁ ପ୍ରସନ୍ନ କୁମାର ପାତ୍ର ବୋଲି ଜଣାଯାଇଛି। ତାଙ୍କୁ ୩୦ ବର୍ଷ ହୋଇଥିଲା। ପ୍ରସନ୍ନଙ୍କ ଘର ଦଶପଲ୍ଲା ଥାନା ଖମାର ସାହି(ବାଡ଼ିପଟ)ରେ ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ, ଗତକାଲିରାତି ପ୍ରାୟ ୯ଟା ୪୫ ମିନିଟ ସମୟରେ ପ୍ରସନ୍ନ କୁମାର ପାତ୍ର ଦଶପଲ୍ଲା ସବ୍ ଷ୍ଟେସନରୁ କାମ ସାରି ନିଜ ଘରକୁ ବାଇକ୍ ଯୋଗେ ଫେରୁଥିଲେ। ଏହି ସମୟରେ ଭୁବନେଶ୍ୱର ପଟରୁ ଆସୁଥିବା ଏକ ପିକଅପ୍ ଭ୍ୟାନ ସହ ତାଙ୍କ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ପ୍ରସନ୍ନ କୁମାର ପାତ୍ରଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାପରେ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା।
ସ୍ଥାନୀୟ ଲୋକେ ପ୍ରସନ୍ନଙ୍କ ମୃତଦେହକୁ ରାସ୍ତାଉପରେ ରଖି ତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe