ଗଛରେ ପିଟି ହେଲା ବାଇକ୍: ଚାଲିଗଲା ଚାଳକଙ୍କ ଜୀବନ, ଜଣେ ଗୁରୁତର

ଦୁର୍ଘଟଣାରେ ଜଣେ ମୃତ

ନୂଆଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବରଡାଖେମଣ ଜଙ୍ଗଲ ରାସ୍ତାରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଦୁଇଜଣ ଯୁବକ ଏକ ବାଇକରେ ନିଜ ଘରକୁ ଫେରୁଥିବା ବେଳେ ମୋଟର ସାଇକେଲଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା।ଏହାଫଳରେ ଘଟଣାସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଏତଣ ତାଙ୍କ ପଛରେ ବସିଥିବା ଆଉ ଜଣେ ଗୁରୁତର ହୋଇଥିଲେ । ମୃତକ ହେଲେ ନୟାଗଡ଼ ଜିଲ୍ଳା ଜଗନ୍ନାଥ ପ୍ରସାଦ ତିଅର ସାହିର ବୁଲୁ ମହାପାତ୍ର ଓ ଗୁରୁତର ଯୁବକଙ୍କ ନାଆଁ ପ୍ରଫୁଲ୍ଲ ନାୟକ। ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe