ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଗାଡ଼ି ଧକ୍କାରେ ମହିଳା ମୃତ

ନୟାଗଡ଼: ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ସଡ଼କ ଦୁର୍ଘଟଣାରେ ଏକ ଟ୍ରକ୍‌ ସହ ପିଟି ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ବ୍ୟକ୍ତିଙ୍କର ମୃତ୍ୟୁ ପରେ ତାଙ୍କୁ ନୟାଗଡ଼ ସ୍ଥାନାନ୍ତର କରାଯାଇଛି।

ସୂଚନାରୁ ପ୍ରକାଶ ଯେ ଉଭୟ ମୃତାହତ ହେଉଛନ୍ତି ସ୍ଥାନୀୟ ପାଲାଗୁଣ୍ଠୁଣି ଗାଁର କବାଡ଼ିଆ। ସେ ଦୁହେଁ ସକାଳୁ ୨ଟା ବାଇକ୍‌ ଯୋଗେ ବେପାରକୁ ଯାଉଥିଲେ। ସେମାନେ ଯାଉଥିବା ବେଳେ ଉଭୟଙ୍କୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଘଟଣା ଘଟିବା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଛି। ହେଲପରକୁ ଲୋକେ ଧରିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe