ନୟାଗଡ଼ର ଏକମାତ୍ର ଶିଳ୍ପ ‘ଚିନିକଳ’କୁ କାର୍ଯ୍ୟକ୍ଷମ କରାଯାଉ: ସୌମ୍ୟରଂଜନ

Advertisment

ନବନିର୍ମାଣ କୃଷକ ସଂଗଠନର ର‍୍ୟାଲିଲେ ଗର୍ଜିଲେ ୧୦ ହଜାର ଚାଷୀ

ନବନିର୍ମାଣ କୃଷକ ସଂଗଠନର ର‍୍ୟାଲିଲେ ଗର୍ଜିଲେ ୧୦ ହଜାର ଚାଷୀ

ନୟାଗଡ଼ର ଏକମାତ୍ର ଶିଳ୍ପ ‘ଚିନିକଳ’କୁ କାର୍ଯ୍ୟକ୍ଷମ କରାଯାଉ: ସୌମ୍ୟରଂଜନ

ନୟାଗଡ଼: ପାଣିକୋଇଲାସ୍ଥିତ ଜିଲ୍ଲାର ଏକମାତ୍ର ଶିଳ୍ପ ପ୍ରତିଷ୍ଠାନ ‘ଚିନିକଳ’ ଅଚଳ ହୋଇ ପଡ଼ିଛି। ଆଖୁଚାଷୀଙ୍କ କୋଟି କୋଟି ଟଙ୍କାର ବକେୟା ପ୍ରଦାନ କରାଯାଇ ନ ଥିବାରୁ ସେମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବୋଲି ନବ ନିର୍ମାଣ କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ଚିନିକଳ ବନ୍ଦ ହୋଇ ଯିବା ଦ୍ୱାରା ଜିଲ୍ଲାରେ ପୂର୍ବ ଭଳି ଆଖୁ ଉତ୍ପାଦନ ହୋଇ ପାରୁ ନାହିଁ, ତେଣୁ ଏହାକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଯାଉ।

ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଅନୁଷ୍ଠିତ ସଂଗଠନର ବିରୋଧ ପ୍ରଦର୍ଶନ ସଭାରେ ପଟ୍ଟନାୟକ କହିଛନ୍ତି, ବକେୟା ଟଙ୍କା ମିଳିବା ନେଇ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ତେଣୁ ଆଖୁଚାଷୀମାନେ ବହୁ ହଇରାଣର ସମ୍ମୁଖୀନ ହେଉଛନ୍ତି। ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବି ନେଇ ହୋଇଥିବା ର‍୍ୟାଲି ଓ ସଭାରେ ସୌମ୍ୟରଂଜନ କହିଛନ୍ତି, ଆଖୁଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି।

publive-image

ନୟାଗଡ଼ରେ ଚାଷୀ ଆନ୍ଦୋଳନ ପୂର୍ବରୁ ସ୍ଥାନୀୟ ପୂର୍ତ୍ତ ବିଭାଗର ଡାକବଙ୍ଗଳା ଠାରୁ ଏକ ବିଶାଳ ର‍୍ୟାଲି ବାହାରିଥିଲା। ଏଥିରେ ମହିଳାଙ୍କ ସମେତ ୧୦ ହଜାର ଚାଷୀ ଯୋଗ ଦେଇଥିଲେ। ସହର ପରିକ୍ରମା ପରେ ଏହି ର‍୍ୟାଲି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ଏଠାରେ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଧାରଣା ବେଳେ ନବନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ନେଇ ତୀବ୍ର ସମାଲୋଚନା କରିଥିଲେ। ସଂଗଠନ ମୁଖ୍ୟ ଉପଦେଷ୍ଟା ଶ୍ରୀ ପଟ୍ଟନାୟକ କହିଥିଲେ, ଚାଷୀଙ୍କ ଦାବି ପୂରଣ ନ ହେଲେ ଆଗାମୀ ନିର୍ବାଚନରେ ସରକାର ତା’ର ଫଳ ପାଇବେ। ଚାଷୀମାନେ ଏହାର ଜବାବ ଦେବେ।

ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ୨ଘଣ୍ଟା ବିଳମ୍ବ ଯୋଗୁଁ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ ମାନେ ଆହୁରି ତାତି ଯାଇଥିଲେ। ପରେ ଉପଜିଲ୍ଳାପାଳ ଜିତେନ୍ଦ୍ର କୁମାର ସାହୁ ଦାବି ଗ୍ରହଣ କରିବାକୁ ଆସିଥିଲେ ମଧ୍ୟ ଚାଷୀମାନେ ତାଙ୍କୁ ଦାବି ପତ୍ର ଦେବାକୁ ମନା କରି ଦେଇଥିଲେ। ଶେଷରେ ଆରକ୍ଷୀ ଅଧୀକ୍ଷକ ଆଶିଷ କୁମାର ସିଂହଙ୍କ ସହ ଆସି ଅରିନ୍ଦମ ଡାକୁଆ ସଭାସ୍ଥଳରେ ପହଞ୍ଚି ଥିଲେ। ଚାଷୀଙ୍କ ଅଭାବ ଅସୁବିଧା ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦିଆଯାଇଥିଲା। ର‍୍ୟାଲିରେ ବରିଷ୍ଠ ସାମ୍ବାଦିକ ରବି ଦାସ, ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓ ୮ଟି ବ୍ଲକର ସଭାପତି, ସଂପାଦକ ଓ ଚାଷୀମାନେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe