ସରକାରୀ ଯୋଜନାର ବିକଳ ଚିତ୍ର: ରାସ୍ତା ନଥିବାରୁ ଗାଁକୁ ପଶି ପାରିଲାନି ଆମ୍ବୁଲାନ୍ସ

ଅନ୍ଧାର କିଟିକିଟି ରାତିରେ ଭାରା କରି ୧୦ କିମି ଆସିଲେ ପ୍ରସୂତି

ସରକାରୀ ଯୋଜନାର ବିକଳ ଚିତ୍ର: ରାସ୍ତା ନଥିବାରୁ ଗାଁକୁ ପଶି ପାରିଲାନି ଆମ୍ବୁଲାନ୍ସ

ଦଶପଲ୍ଲା: କିଟିକିଟି ଅନ୍ଧାର ରାତି। ତାହାରି ମଧ୍ୟରେ ପ୍ରସବ ବେଦନା। ଗାଁକୁ ଯାତାୟତ ପାଇଁ ରାସ୍ତା ନଥିବାରୁ ପଶି ପାରିଲାନି ଆମ୍ବୁଲାନ୍ସ। ଶେଷରେ ଭାରାକରି ୧୦ କିମି ରାସ୍ତା ଆଣିବା ପରେ ଆମ୍ବୁଲାନ୍ସରେ ପ୍ରସୂତିଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ପରେ ସୁରକ୍ଷିତ ଭାବେ ପ୍ରସବ ହେଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଆଦିବାସୀ ଅଧ୍ୟୁଷିତ କଳସାଖମଣ ପଞ୍ଚାୟତର ଗେଣ୍ଡାଳି ଗ୍ରାମରେ ଏଭଳି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ଅଭିମନ୍ୟୁ ମାଝୀଙ୍କ ପତ୍ନୀ ବିନତୀ ମାଝୀ ରାତି ପ୍ରାୟ ୭ଟାରେ ପ୍ରସବ ବେଦନା ପାଇଥିଲେ। ପରିବାର ଲୋକେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବା ହେତୁ ଗାଡ଼ି ଯାଇ ପାରି ନଥିଲା। ଶେଷରେ ପରିବାର ଲୋକ ଖଟିଆରେ ଭାରା କରି ପ୍ରାୟ ୧୦ କିମି ଖଜୁରୀ ଗୋଛା ଗ୍ରାମ ପର୍ଯ୍ୟନ୍ତ ଆଣିଥିଲେ। ଅଧା ବାଟରେ ଚାଲିଚାଲି ପହଞ୍ଚି ଆମ୍ବୁଲାନ୍ସ କର୍ମଚାରୀମାନେ ମଧ୍ୟ କାନ୍ଧ ଦେଇଥିଲେ। ଏହାପରେ ତାଙ୍କୁ ଦଶପଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚା ଯିବାପରେ ସୁରକ୍ଷିତ ଭାବେ ପ୍ରସବ ହୋଇଥିଲା। ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ଉଭୟ ସୁରକ୍ଷିତ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe