ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ କେସ୍; ବାବୁଲି ନାୟକର ପଲିଗ୍ରାଫ୍ ଟେଷ୍ଟ କରିବାକୁ ଆବେଦନ

ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ କେସ୍; ବାବୁଲି ନାୟକର ପଲିଗ୍ରାଫ୍ ଟେଷ୍ଟ କରିବାକୁ ଆବେଦନ

କଟକ: ନୟାଗଡ଼ ଜିଳ୍ଲାର ଯଦୁପୁରର ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ କେସ ଦାୟର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି । ଏଫଆଇଆରରେ ନାମ ଉଲ୍ଲେଖ ଥିବା ବ୍ୟକ୍ତିଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଆବେଦନ କରାଯାଇଛି । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାମଲାରେ ଆବେଦନ କରାଯାଇଛି ।

ସୂଚନା ଅନୁସାରେ, ପରୀ ମୃତ୍ୟୁ ଘଟଣାର ତଦନ୍ତ ପ୍ରକ୍ରିୟାକୁ ନେଇ ପୁଣି ଭାରତୀୟ ବିକାଶ ପରିଷଦ ପ୍ରଶ୍ନ ଉଠାଇଛି। ଆଜି ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟରେ ସାନି ମିସ କେସ ଦାଖଲ କରିଛନ୍ତି। ପରୀର ମା’ଙ୍କ ଏଫଆଇଆରରେ ବାବୁଲି ନାୟକ ଓ ଅନ୍ୟ ବ୍ୟକ୍ତିମାନଙ୍କୁ ସନ୍ଦେହ କରୁଛନ୍ତି ବୋଲି ପୁଲିସ ଓ ଏସଆଇଟି   ନିକଟରେ ଅଭିଯୋଗ କରିଛନ୍ତି ସେମାନଙ୍କ ଭୂମିକା ନେଇ ତଦନ୍ତ କରାଯାଉ। ବାବୁଲି ନାୟକ ଓ ଅନ୍ୟମାନଙ୍କ ପଲିଗ୍ରାଫ ଟେଷ୍ଟ କରିବାପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ପରୀର ପ୍ରକୃତ ହତ୍ୟାକାରୀକୁ ଲୋକଲୋଚନକୁ ଆଣିବା ଓ ପ୍ରକୃତ ଦୋଷୀକୁ ଦଣ୍ଡ ଦେବା ପାଇଁ ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଉ ବୋଲି ଆ‌ବେଦନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ, ପରୀ ହତ୍ୟାକାଣ୍ଡର ଉପଯୁକ୍ତ ତଦନ୍ତ ଦାବି କରି ପରିଷଦ ଦାଖଲ କରିଥିବା ଜନସ୍ବାର୍ଥ ଆବେଦନ ହାଇକୋର୍ଟରେ ବିଚାରାଧୀନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe