ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ମିଳୁନି ପ୍ରୋତ୍ସାହନ ରାଶି କି ପାରିତୋଷିକ। ମାସମାସ ଧରି ଗାଁଗାଁ ବୁଲି କାମ କରୁଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ଦାଉ ଅସହ୍ୟ ହୋଇପଡ଼ୁଛି। ପେଟକୁ ଖାଇବାକୁ ନଦେଇ କାମ ଉପରେ କାମର ବୋଝ ଲଦା ଯାଉଛି। ସରକାରଙ୍କ ସ୍ବାସ୍ଥ୍ୟ ସେବାର ପ୍ରତିଟି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚାଉଥିବା ଆଶାକର୍ମୀ ଏବେ ଉପେକ୍ଷିତ ହୋଇଛନ୍ତି। ସ୍ବଳ୍ପ ପ୍ରୋତ୍ସାହନ ଉପରେ ନିର୍ଭରଶୀଳ ଆଶାକର୍ମୀ ବର୍ଷବର୍ଷ ଧରି ନିଜର ପାରିତୋଷିକ ନପାଇବାରୁ ଆଜି ଶେଷରେ ପ୍ରତିବାଦକୁ ଓହ୍ଲାଇଛନ୍ତି। ୮ ଜଣ କର୍ମଚାରୀଙ୍କୁ କାର୍ଯ୍ୟାଳୟ ମଧ୍ୟରେ ତାଲା ପକାଇ ବାହାରେ ପ୍ରତିବାଦ କରିଛନ୍ତି। ମଧ୍ୟଖଣ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି। ଆଶାକର୍ମୀଙ୍କ ପ୍ରତିବାଦକୁ ନେଇ କର୍ମଚାରୀମାନେ ଘଣ୍ଟାଘଣ୍ଟା ଧରି କାର୍ଯ୍ୟାଳୟ ମଧ୍ୟରେ ରହିଥିବା ବେଳେ କୈାଣସି ଅଧିକାରୀଙ୍କ ଦେଖା ମିଳିନଥିଲା।
ଆଶାକର୍ମୀଙ୍କ ଅଭିଯୋଗ ଅନୁଯାୟୀ ସରକାରଙ୍କ ସ୍ବାସ୍ଥ୍ୟସେବା ସମ୍ପର୍କିତ ପ୍ରତିଟି କାର୍ଯ୍ୟରେ ଆଶାକର୍ମୀଙ୍କୁ ନିୟୋଜିତ କରାଯାଉଛି। ଗାଁଗାଁରେ ଡ଼େଙ୍ଗୁ ସର୍ଭେ, ବିସିଜି ଟୀକା, ଆୟୁଷ୍ମାନ ସର୍ଭେ, ଲେପସିର୍ ସର୍ଭେ, ଓଆରଏସ୍ ବଣ୍ଟନ, ଟିବି ସର୍ଭେ ଭଳି ପ୍ରତିଟି କାର୍ଯ୍ୟ କରୁଛନ୍ତି। ଏସବୁ ମଧ୍ୟରେ ଏହି କାର୍ଯ୍ୟପାଇଁ ମିଳିବାକୁ ଥିବା ପ୍ରୋତ୍ସାହନ ରାଶିକୁ ମାସମାସ ଧରି ପ୍ରଦାନ କରାଯାଉ ନାହିଁ। ସ୍ବାସ୍ଥ୍ୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି। ମାତ୍ର କୈାଣସି ବି ସୁଫଳ ମିଳୁନଥିବା ଆଶାକର୍ମୀମାନେ ଅଭିଯୋଗ ଆଣିଛନ୍ତି। ଏସବୁ ମଧ୍ୟରେ ବଡ଼କଥା ହେଉଛି ୮ ମାସ ହେଲା କୈାଣସି ସେକ୍ଟର ମିଟିଂ କରାଯାଉ ନାହିଁ।
ଆହୁରି ପଢ଼ନ୍ତୁ: Iran: ଖେମିନିଙ୍କ ହତ୍ୟା ପରେ ଇରାନ ରାଷ୍ଟ୍ରପତି ଓ ଅନ୍ୟ ୨ ନେତା ଅନ୍ତରୀଣ ସରକାରର ନେତୃତ୍ବ ନେବେ
ଏନେଇ ଅଭିଯୋଗ ପରେ ଏବେ ଏହି ବୈଠକ କରାଯାଉଛି। ହେଲେ ଏହି ବୈଠକରେ କୈାଣସି ଅଧିକାରୀ ଉପସ୍ଥିତ ରହୁ ନାହାନ୍ତି। ଏପଟେ ଆଜି ସେକ୍ଟର ମିଟିଂ ଡ଼କା ଯାଇଥିବା ବେଳେ ଦୀର୍ଘ ସମୟ ଧରି ଅପେକ୍ଷା ପରେ କୈାଣସି ଅଧିକାରୀ ଆସିନଥିଲେ। ପଚାରିବାରୁ ଛୁଟିଥିବା କହିଥିଲେ। ଆଶାକର୍ମୀଙ୍କୁ ପ୍ରୋତ୍ସାହନ ରାଶି ନଦେଇ ଶୋଷଣ କରାଯାଉଛି। ଅଧିକାରୀଙ୍କୁ ଅଭିଯୋଗ କଲେ ପରସ୍ପର ଉପରେ ଦୋଷ ଲଦି ଖସି ଚାଲିଛନ୍ତି।
ଆହୁରି ପଢ଼ନ୍ତୁ: Iran-Israeli War: ଇରାନ-ଇସ୍ରାଏଲ ଯୁଦ୍ଧ: ବିଶ୍ବରେ ୧,୮୦୦ରୁ ଅଧିକ ବିମାନ ଉଡ଼ାଣ ଠପ୍, ବିମାନବନ୍ଦରରେ ଫସି ରହିଛନ୍ତି ହଜାର ହଜାର ଯାତ୍ରୀ
ଦଶପଲ୍ଲା ବ୍ଲକରେ ସମୁଦାୟ ୧୧୩ ଜଣ ଆଶାକର୍ମୀ କାର୍ଯ୍ୟରତ ଥିବାବେଳେ ଏଏନ୍ଏମ୍ ଦିଦିଙ୍କ ଠାରୁ ଆରମ୍ଭ କରି ବାଡ଼ା, ବିପିଏମ୍ ସମସ୍ତେ ଆମ ଉପରେ ଜୁଲୁମ୍ କରୁଥିବା ନେଇ ଆଶାକର୍ମୀ ମାନେ ଅଭିଯୋଗ ଆଣିଛନ୍ତି। ତିନିତିନି ଥର ଅଭିଯୋଗ ପରେ ଅଧିକାରୀ ମାନେ ଗୁରତ୍ବ ଦେଉନଥିବା ହେତୁ ବାଧ୍ୟହୋଇ ଆନ୍ଦୋଳନକ ଓହ୍ଲାଇଥିବା କହିଛନ୍ତି। ଆଶାକର୍ମୀଙ୍କ ଏଭଳି ପ୍ରତିବାଦ ଦ୍ବାରା କାର୍ଯ୍ୟାଳୟ ମଧ୍ୟରେ ଆୟୁଷ ଡ଼ାକ୍ତର ଶୁଭଲକ୍ଷ୍ମୀ ସେଠୀଙ୍କ ସମେତ ଏମ୍ପିଏଏସ୍ ପ୍ରଫଲ୍ଲ କୁମାର ପଣ୍ତା, ହେଲ୍ଥ ୱାର୍କର ବିଭୂତି ଭୂଷଣ ସାହୁ, ଜିତେନ୍ଦ୍ର କୁମାର ଦଳେଇ, ବିଷ୍ଣୁପ୍ରିୟା ସାହୁ, ମାଳିନୀ ପ୍ରଧାନ, ମୀନତି କହଁର ଓ କନକଲତା ମହାରଣା ପ୍ରମୁଖ ଫଶି ରହିଥିଲେ। ଶେଷରେ ଆସନ୍ତା ଶୁକ୍ରବାର ସୁଦ୍ଧା ବକେୟା ପାଉଣା ମିଳିବାର ପ୍ରତିଶୃତି ମିଳିବା ପରେ ଆଶାକର୍ମୀ ମାନେ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/03/01/whatsapp-image-2026-03-01-19-10-44.jpeg)