କ୍ବାକ୍ ଠାରୁ ଇଞ୍ଜେକସନ୍ ନେବା ପରେ ନାବାଳକର ମୃତ୍ୟୁ, ବିଷାକ୍ତ ଇଞ୍ଜେକସନ୍ ଅଭିଯୋଗ ଆଣିଲେ ବାପା

ଅଂଶୁଘାତରେ ମହିଳା ମୃତ

The Statesman

ନୟାଗଡ଼/ ନୂଆଗାଁ :  କ୍ବାକ୍ ବା ନକଲି ଡାକ୍ତରଙ୍କ ପାଖରୁ ଇଞ୍ଜେକସନ୍ ନେବା ପରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ନୂଆଗାଁ ବ୍ଳକ ମହିପୁର ପଞ୍ଚାୟତ ମାଳିସର ଗ୍ରାମର ରାଜେଶ ପରିଡ଼ା (୧୦) ବୋଲି ଜଣାପଡ଼ିଛି। ରାଜେଶଙ୍କ ବାପା ବିଶ୍ବନାଥ ତାଙ୍କ ପୁଅକୁ କୌଣସି ବିଷାକ୍ତ କିମ୍ବା ତ୍ରୁଟିପୂର୍ଣ୍ଣ ଇଞ୍ଜକେସନ୍ ଦୁରୁଦୁରା ଗ୍ରାମର କ୍ବାକ୍ ପ୍ରମୋଦ କୁମାର ରଥ ଦେବା ପରେ ଏଭଳି ଅଭାବନୀୟ ଘଟଣା ଘଟିଥିବା କହିଛନ୍ତି।

ବିଶ୍ବନାଥଙ୍କ ସୂଚନା ଅନୁଯାୟୀ, ଗତ ଦୁଇଦିନ ହେବ ତାଙ୍କ ପୁଅକୁ ସାମାନ୍ୟ ଥଣ୍ଡା ଜ୍ବର ହୋଇଥିଲା। ତେଣୁ ସେ ଏହାକୁ ଏତେ ଗୁରୁତର ଭାବେ ନେଇନଥିଲେ । କିନ୍ତୁ ଆଗକୁ କିଛି ସସମ୍ୟା ହେବ ଭାବି ସେ ଘର ନିକଟସ୍ଥ କ୍ବାକ୍ ପ୍ରମୋଦଙ୍କ ପାଖକୁ ପୁଅକୁ ଚିକିତ୍ସା ପାଇଁ ଆଜି ୪ଟା ବେଳେ ନେଇଥିଲେ। ସେଠାରେ କ୍ବାକ୍ ଜଣଙ୍କ ରାଜେଶଙ୍କୁ ଦେଖିବା ପରେ କୌଣସି ଏକ ଇଞ୍ଜେକସନ୍ ଦେଇଥିଲେ। ତେବେ ଇଞ୍ଜେକସନ୍ ନେବା ପରେ ରାଜେଶଙ୍କ ଦେହହାତ ଧରିବାକୁ ଲାଗିଥିଲା। ଏବଂ ରାଜେଶ୍ ସେଇଠାରେ ହିଁ ଟଳି ପଡ଼ିଥିଲେ। ଏଭଳି ପରିସ୍ଥିତି ଦେଖି ବିଶ୍ବନାଥ ବିଚଳିତ ହୋଇପଡ଼ିଥଲେ। କ୍ବାକକୁ ଏହାର ତୁରନ୍ତ ପ୍ରତିକାର କରିବାକୁ ବିଶ୍ବନାଥ କହିଥିଲେ। କ୍ବାକ୍ ଜଣଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରିଥିବା ଜାଣିପାରି ନୟାଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ରାଜେଶକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ଏପରିକି ଅଟୋ ଭଡ଼ା କରି କ୍ବାକ୍ ରାଜେଶର ପରିବାର ସହିତ ସନ୍ଧ୍ୟାରେ ଆସି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଆସିଥିଲେ। ଡାକ୍ତର ଏଠାରେ ରାଜେଶକୁ ମୃତ ଘୋଷଣା କରିଥିବା ଶୁଣି , ଘଟଣାସ୍ଥଳାରୁ କ୍ବାକ୍ ଚମ୍ପଟ୍ ମାରିଥିବା ଜଣାପଡ଼ିଛି। ତେବେ ଏନେଇ ମୁଖ୍ୟଚିକିତ୍ସାଳୟ ସୂତ୍ରରୁ ଖବର ପାଇବା ପରେ ଟାଉନ ଥାନା ପୁଲିସ ଶବ ଜବତ କରିଥିବା ଆଇଆଇସି ଜୟଦୀପ ମହାନ୍ତି କହିଛନ୍ତି। ପୋଷ୍ଟମର୍ଟମ ରୁମରେ ଶବ ରଖାଯାଇଥିବା ବେଳେ , ଆସନ୍ତାକାଲି ପୋଷ୍ଟମର୍ଟମ କରାଯିବ ବୋଲି ଜଣାପଡ଼ିଛି। ଏନେଇ ନୂଆଗାଁ ପୁଲିସକୁ ଅବଗତ କରାଯାଇଥିବା ଟାଉନ ଥାନା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe