ନୟାଗଡ଼ରେ ଏସ୍ ଟିଏଫର ଚଢ଼ାଉ: ୪ କିଲୋଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ

କଟକରେ ସକ୍ରିୟ ହାୱାଲା ଏଜେଣ୍ଟ, ବ୍ରାଉନ୍‌ସୁଗାର୍ ମାଫିଆଙ୍କ ଖାସ୍

ନୟାଗଡ଼: ନୟାଗଡ଼ ଟାଉନ୍ ଥାନା ଅଧୀନ ଉଦୟପଥ ଲେନ୍ ଅଞ୍ଚଳରୁ ବିଳମ୍ବିତ ରାତିରେ ୪ କିଲୋଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ କରାଯାଇଥିବାର ଖବର ମିଳିଛି। ଗତକାଲି ରାତି ପ୍ରାୟ ୧୧ଟାରେ ଏସ୍ ଟି ଏଫ୍ ଚଢ଼ାଉ କରିଥିଲା। ଏଠାକାର ଏକ ଭଡ଼ା ଘର ମଧ୍ୟରୁ ୪ କେଜିରୁ ଉର୍ଦ୍ଧ୍ୱ ବ୍ରାଉନ୍ ସୁଗାର, ଟଙ୍କା ଓ ବନ୍ଧୁକ ଜବତ କରିଥିବା ଜଣାଯାଇଛି।

ଏଠାରେ ଭଡ଼ାରେ ରହୁଥିବା ସମ୍ପୃକ୍ତ ଦମ୍ପତି ଘଟଣାସ୍ଥଳରୁ ଫେରାର ହେଇଯାଇଥିବା ଜଣାପଡ଼ିଛି। ଏସ୍ ଟି ଏଫ୍ ସମ୍ପୃକ୍ତ ଦମ୍ପତିଙ୍କୁ ଧରିବା ଲାଗି ଚଢ଼ାଉ ଜାରି ରଖିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe