୧୧ରେ ପାଳିତ ହେବ ଛେନାପୋଡ଼ ଦିବସ

Advertisment
୧୧ରେ ପାଳିତ ହେବ ଛେନାପୋଡ଼ ଦିବସ

amazon.in

ନୟାଗଡ଼: ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ଓ ନୟାଗଡ଼ ବିକାଶ ମଞ୍ଚ ମିଳିତ ଆନୁକୁଲ୍ୟରେ ଆସନ୍ତା ଏପ୍ରିଲ୍ ୧୧ ତାରିଖ ସକାଳ ୧୦ଟାରେ ଭୁବନେଶ୍ବର ଜୟଦେବ ଭବନଠାରେ ୩ୟ ଛେନାପୋଡ଼ ଦିବସ ପାଳିତ ହେବ। ଛେନାପୋଡ଼କୁ ନେଇ ଏଥିରେ ଚର୍ଚ୍ଚା ହେବ। ଛେନାପୋଡ଼ ଓ ଓଡ଼ିଶାର ଖାଦ୍ୟକୁ ନେଇ ବୁଦ୍ଧିଜୀବୀ କରିବେ ଆଲୋଚନା। ଏନେଇ ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ନୟାଗଡ଼ ବିକାଶ ମଞ୍ଚର ଆବାହକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି, ଛେନାପୋଡ଼କୁ ଅଧିକ ଲୋକପ୍ରିୟ ଓ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଛେନାପୋଡ଼ ଦିବସ ପାଳନ କରାଯିବ। ଏପ୍ରିଲ ୧୧ ତାରିଖରେ ହେବାକୁ ଥିବା ଏହି ଉତ୍ସବରେ ଛେନାପୋଡ଼ ସଙ୍ଗୀତର ଏକ ଚିତ୍ରରୂପ ଲୋକାର୍ପଣ କରାଯିବ। ଉତ୍ସବରେ ସଭା, ସମ୍ବର୍ଦ୍ଧନା, ପାଲା, ଦାସକାଠିଆ, ବାଘ ନାଚ, ଧୁଡ଼ୁକି, ଦଣ୍ଡନାଚ, ରାମଲୀଳା, , ଦୁଆରି, ପାରମ୍ପରିକ ସଙ୍ଗୀତ ଓ ଆଧୁନିକ ସଙ୍ଗୀତ ପରିବେଷଣ କରାଯିବା ସେହିପରି ନୟାଗଡ଼ରୁ ଆସିଥିବା ସ୍ବତନ୍ତ୍ର ଛେନାପୋଡ଼ ସାଙ୍ଗକୁ ଅନ୍ୟାନ୍ୟ ନୟାଗଡ଼ ଦ୍ରବ୍ୟ ମଧ୍ୟ ଉତ୍ସବରେ ପ୍ରଦର୍ଶିତ କରାଯିବ । ପୂର୍ବ ବର୍ଷମାନଙ୍କ ପରି ଏଥର ମଧ୍ୟ ଜିଲ୍ଲାର ଜଣେ ଶ୍ରେଷ୍ଠ ଛେନାପୋଡ଼ କାରିଗରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବଦ୍ଧିତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe