ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଯାହାକି ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜଣେ ୯ମ ଶ୍ରେଣୀ ଛାତ୍ର ଦ୍ୱାରା ଜଣେ ୫ମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଅପରାହ୍ନରେ ପଞ୍ଚମ ଶ୍ରେଣୀରେ ପାଠପଢ଼ୁ ଥିବା ଦୁଇ ଜାଆଁଳା ଭଉଣୀଙ୍କ ଟ୍ୟୁସନ୍ ଯାଉଥିଲେ। ଏହି ସମୟରେ ସାନ ଭଉଣୀ ଲିଜା (ଛଦ୍ମନାମ-୧୦)କୁ ନବମ ଶ୍ରେଣୀ ପଢ଼ୁଥିବା ଉକ୍ତ ଗ୍ରାମର ନାବାଳକ ଛାତ୍ର ରାଜା(ଛଦ୍ମନାମ-୧୪) ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଅବସ୍ଥା ଗୁରୁତର ରହିଥିବା ବେଳେ, ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
DNA Indiaପୀଡ଼ିତା ଘଟଣା ସମ୍ପର୍କରେ ନିଜ ପରିବାରକୁ ଜଣାଇଥିଲା। ଏହାପରେ ଗ୍ରାମବାସୀ ଦୁଷ୍କର୍ମକାରୀ ନାବାଳକକୁ ଘଟଣା ସମ୍ପର୍କରେ ପଚାରିଥିଲେ। ପ୍ରଥମେ ସେ ରାଜି ହେଉ ନଥିବା ବେଳେ ପରେ ନିଜ ଦୋଷକୁ ସେ ସ୍ୱୀକାର କରିଥିଲେ। ପୀଡ଼ିତାଙ୍କ ପରିବାର ଏନେଇ ଓଡ଼ଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା(୬୬/୨୦) ରୁଜୁ କରିଛି। ନାବାଳକକୁ ପୁଲିସ ହେପାଜତକୁ ନେବା ସହ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି।
Follow Us