ପିଲାଙ୍କ କଳିକୁ ନେଇ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କୁ ପ୍ରବଳ ମାଡ଼ ମାରିଲେ ଶିକ୍ଷକ

କିଛିଦିନ ତଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଆଜି ଶିମିଳିସାହି ପଞ୍ଚାୟତର ଗୋଡ଼ିବିଡ଼ା ପ୍ରାଥମିକ ବିଦ୍ୟାଳୟରେ ଜଣେ ୨ୟ ଶ୍ରେଣୀ ଛାତ୍ରୀଙ୍କୁ ପ୍ରବଳ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। 

nayagarh

ଦଶପଲ୍ଲା: ଦଣ୍ତମୁକ୍ତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ଦଣ୍ତ। ପ୍ରଶାସନର କୋହଳ ମନୋଭାବକୁ ନେଇ ଗୋଟିଏ ପରେ ଗୋଟିଏ ଘଟଣା ଘଟି ଚାଲିଛି। କିଛିଦିନ ତଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଆଜି ଶିମିଳିସାହି ପଞ୍ଚାୟତର ଗୋଡ଼ିବିଡ଼ା ପ୍ରାଥମିକ ବିଦ୍ୟାଳୟରେ ଜଣେ ୨ୟ ଶ୍ରେଣୀ ଛାତ୍ରୀଙ୍କୁ ପ୍ରବଳ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। 

ପିଲାଙ୍କ କଳିକୁ ନେଇ ହିତାହିତ ଜ୍ଞାନକୁ ଭୁଲି ଯାଇଛନ୍ତି ଶିକ୍ଷକ। ଯାହାକୁ ନେଇ ଛାତ୍ରୀଙ୍କ ଗୋଡ଼, ପିଚା ଓ ହାତକୁ ବାଡ଼ିରେ ପ୍ରବଳ ମାଡ଼ ହୋଇଥିବା ଚିହ୍ନ ଦେଖିବାକୁ ମିଳିଛି। ମାଡ଼ ଏଭଳି ହୋଇଛି ଯେ ଛାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ପରିବାର ଲୋକ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ଅଭିଯୋଗ ଅନୁଯାୟୀ ଅଭୟପୁର (ଗୋଡ଼ିବିଡ଼ା) ଗ୍ରାମର ନାଲୁ ବେହେରାଙ୍କ ଝିଅ ତଥା ଦ୍ବିତୀୟ ଶ୍ରେଣୀ ଛାତ୍ରୀ ପ୍ରିୟଦର୍ଶିନୀ ଓ ଅନ୍ୟଜଣେ ସାଙ୍ଗଙ୍କ ସହ ଚପଲ ଫୋପାଡ଼ା ଫୋପଡ଼ି ହୋଇଥିଲେ। ଏହି ଘଟଣାକୁ ନେଇ ଅନ୍ୟସାଙ୍ଗ ଜଣଙ୍କ ବିଦ୍ୟାଳୟର ଶିକ୍ଷକ ଅନ୍ତର୍ଯ୍ୟାମୀ ଦାଶଙ୍କୁ କହିଥିଲା। ଏଥିରେ ଶିକ୍ଷକ ଶ୍ରୀ ଦାଶ ଉତକ୍ଷିପ୍ତ ହୋଇ ପ୍ରିୟଦର୍ଶିନୀଙ୍କୁ ପ୍ରବଳ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ପରିବାର ଲୋକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇବା ପରେ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ବଡ଼କଥା ହେଉଛି ଛାତ୍ରୀ ଜଣଙ୍କ ରକ୍ତ ଶିକୁଳି ବା ସିକ୍ଲିନ୍ ରୋଗରେ ଆକ୍ରାନ୍ତ ଥିବା ବେଳେ ବିଭିନ୍ନ ସମୟରେ ରକ୍ତ ଦିଆଯାଉଛି। ଏନେଇ ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ ଫୋନ୍ ଗ୍ରହଣ କରିନଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଂଜନ ପାଣ୍ଡେ କଣ ହୋଇଛି ତଦନ୍ତ କରି କହିବା ପାଇଁ ବିଇଓଙ୍କୁ କହିଥିବା କହିଛନ୍ତି। ଅନ୍ୟପାର୍ଶ୍ବରେ ଦେଖିବାକୁ ଗଲେ ସମ୍ପୃକ୍ତ ଶିକ୍ଷକଙ୍କ ନାମରେ ପୂର୍ବରୁ ନାନା ଅଭିଯୋଗ ରହି ଆସିଛି। କିଛିବର୍ଷ ତଳେ ଖମାରସାହି ପଞ୍ଚାୟତର ଏକ ବିଦ୍ୟାଳୟରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ମଧ୍ୟ ହୋଇଥିଲା।

Education | Nayagarh

ରିପୋର୍ଟ: ବାପି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe