ଲକ୍‌ଡାଉନ୍ ବେଳେ ନିଆରା ବିବାହ : ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶିକ୍ଷକ ହାତକୁ ଦି’ହାତ ହେଲେ

ଦୁଇମାସର ଦରମା ସିଏମ୍‌ଆରଏଫ୍‌କୁ ଦାନ କଲେ

ଲକ୍‌ଡାଉନ୍ ବେଳେ ନିଆରା ବିବାହ : ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶିକ୍ଷକ ହାତକୁ ଦି’ହାତ ହେଲେ

ନୟାଗଡ଼ :  ଗାଁ ଦାଣ୍ଡରେ ନୁହେଁ କି ମନ୍ଦିର ଅବା ମଣ୍ଡପରେ ନୁହେଁ। ଲକ୍‌ଡାଉନ୍ ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ଆଜି ମଧ୍ୟାହ୍ନରେ ଏଭଳି ଏକ ନିଆରା‌ ବିବାହ ଉତ୍ସବ ନୟାଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଛି। ନବ ଦମ୍ପତ୍ତି  ଟୁଟୁ ଓ ଟ୍ବିଙ୍କିଲଙ୍କ ବିବାହ ସେଲିବ୍ରେଟିଙ୍କ ବିବାହ ଭଳି ‌ଏକ ରୋଚକ ଘଟଣା ପାଲଟି ଯାଇଛି।

publive-image

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ  ମହିପୁର ପାଟୁଳିସାହିର ରାଧାଚରଣ ସାହୁଙ୍କ ସାନ ପୁଅ ଟୁଟୁ  ଓ ଉକ୍ତ ବ୍ଲକ ଅଧୀନ ରାଇପୁର ନୂଆସାହିର  କବିରାଜ ସାହୁଙ୍କ ଝିଅ ଟ୍ବିଙ୍କିଲ କରୋନା‌ ଲକ୍‌ଡାଉନ୍‌ ଭଳି ସ୍ଥିତିରେ ସରକାରୀ ନିୟମକୁ ସମ୍ମାନ ଦେଇ ଏଭଳି ବିବାହ କରିଛନ୍ତି। ଟୁଟୁ ନୂଆଗାଁ ବାଳିକା ଉଚ୍ଚବିଦ୍ୟାଳୟର କମ୍ପ୍ୟୁଟର ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି।  ଅନ୍ୟମାନଙ୍କ ଭଳି ବରଯାତ୍ରୀ, ବାଜାବାଣ ଫୁଟାଇ ବାହା ହେବାକୁ ମୋର ଇଚ୍ଛା ରହିଥିଲା। କିନ୍ତୁ ପୂର୍ବରୁ ତିନିଥର ବିବାହ ଘୁଞ୍ଚିଥିବା ବେଳେ, ଆମେ ଆଉ ବାହାଘର ଘୁଞ୍ଚାଇବାକୁ ଚାହିଁଲୁନି ବୋଲି ଟୁଟୁ କହିଛନ୍ତି। ବିନା ଶବ୍ଦ ପ୍ରଦୂଷଣ ତଥା ନିରଡ଼ାମ୍ବର ଭାବେ ଏଭଳି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ବିବାହ ମଧ୍ୟ ଆମ ପାଇଁ ସ୍ମରଣୀୟ ହୋଇ ରହିବ  ବୋଲି ନବ ଦମ୍ପତ୍ତି କହିଛନ୍ତି।  ଏଥିସହିତ ଟୁଟୁ ନିଜର ଦୁଇମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌(ସିଏମ୍‌ଆରଏଫ୍‌)କୁ ଦାନ କରିଛନ୍ତି।

ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ,  ଦୁଇ ପରିବାରର ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଛି। ଉପ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ନବଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଏଭଳି ଅଭିନବ ପ୍ରୟ‌ାସକୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe