ନୟାଗଡରେ ମୃତ ନବଜାତ ଶିଶୁକୁ ଝୁଣି ଖାଇ ଗଲା କୁକୁର

Advertisment
ନୟାଗଡରେ ମୃତ ନବଜାତ ଶିଶୁକୁ ଝୁଣି ଖାଇ ଗଲା କୁକୁର

ନୟାଗଡ଼: ସହରର ରାଜାବଗିଚା ଲେନସ୍ଥିତ ଏକ ଡ୍ରେନରେ ପଡିଥିବା ନବଜାତ ଶିଶୁର ମୃତଦେହକୁ କୁକୁର ଝୁଣି ଖାଇଛି। ଏଭଳି ହୃଦୟ  ବିଦାରକ ଦୃଶ୍ୟ ଗୁରୁବାର ଅପରାହ୍ନରେ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଡ୍ରେନ କଡ଼ରେ ଏକ ପରିତ୍ୟକ୍ତ ସ୍ଥାନରେ ଶିଶୁଟିର ମୃତଦେହ ପଡ଼ିଥିଲା।

ମୃତଶିଶୁକୁ କୁକୁରଟି ଖାଉଥିବା ବେଳେ କିଛି ଲୋକ ଦେଖିଥିଲେ। ପରେ ସେମାନେ କୁକୁରକୁ ବାଡାବାଡି କରିବାପରେ ନବ ଜାତକୁ ଶିଶୁକୁ ଛାଡି କୁକୁର ପଳେଇ ଥିଲା। ତେବେ ଶିଶୁର ୨ଟି ଗୋଡ ଓ ଗୋଟିଏ ହାତକୁ କୁକୁର ସଂପୁର୍ଣ୍ଣ ରୂପେ ଖାଇ ଦେଇଛି। ତେବେ ଶିଶୁଟି କନ୍ୟା କି ପୁତ୍ର ତାହା ଜଣାପଡିନାହିଁ। ମୃତ ଶିଶୁକୁ କିଏ ଓ କେଉଁ ପରିସ୍ଥିତିରେ ଡ୍ରେନ ନିକଟରେ ଫିଙ୍ଗି ଚାଲି ଯାଇଛି, ସେ ସମ୍ପର୍କରେ ମଧ୍ୟ କିଛି ଜଣା ପଡ଼ିନାର୍ହି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିର ଖଣ୍ଡିଆ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe