କୂଅ ଖୋଳିବାକୁ ଯାଉଥିଲେ ଶ୍ରମିକ, ବାଟରେ ଦଳିଦେଲା ହାତୀ

କୂଅ ଖୋଳିବାକୁ ଯାଉଥିଲେ ଶ୍ରମିକ, ବାଟରେ ଦଳିଦେଲା ହାତୀ

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଆଜି ସକାଳେ କିଛି ଶ୍ରମିକ  କୂଅ ଖୋଳା କାମରେ ଘରୁ ବାହାରିଥିଲେ। ସେମାନେ ଆଗପଛ ହୋଇ ସାଇକେଲରେ ଯାଉଥିଲେ। ହେଲେ ମୟୂରଝଲିଆ ଉଚ୍ଚ ବିଦ୍ୟାଳୟ ନିକଟରେ ସେମାନଙ୍କ ଭିତରୁ ଜଣଙ୍କୁ ହାତୀ ଦଳିଦେଇଥିଲା। ଘଟଣାସ୍ଥଳରେ ହିଁ ଉକ୍ତ ଶ୍ରମିକଙ୍କ ପ୍ରାଣହାନି ଘଟିଥିଲା।

ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଶ୍ରମିକ ହେଲେ ରଣପୁର ନାଟିନି ଗ୍ରାମର ସତ୍ୟ ବେହେରା(୬୦)।  ଏହା ଦେଖି ଅନ୍ୟ ଶ୍ରମିକମାନେ ଭୟଭୀତ ହୋଇ ପ୍ରାଣବିକଳରେ ଦୌଡ଼ି ପଳାଇଥିଲେ। ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ଘଟଣାସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe