ଧାନକ୍ଷେତ ଜଗିଥିବା ବେଳେ ଚାଷୀଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା ହାତୀ: କ୍ଷତିପୂରଣ ଦାବିରେ ତାତିଲେ ଗ୍ରାମବାସୀ

ଧାନକ୍ଷେତ ଜଗିଥିବା ବେଳେ ଚାଷୀଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା ହାତୀ: କ୍ଷତିପୂରଣ ଦାବିରେ ତାତିଲେ ଗ୍ରାମବାସୀ

ରଣପୁର: ନୟାଗଡ଼ ଜିଲ୍ଲା ମହତପଲା ପଞ୍ଚାୟତ ବନ୍ଧପଲା ଗାଁରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଥିବାର ଦେଖିବାକୁ ମିଳିଛି। ଗାଁର ଜଗବନ୍ଧୁ ଜେନା ନାମକ ଜଣେ ଚାଷୀ ରାତି ପ୍ରାୟ ୧୦ଟା ବେଳେ ନିଜ ଧାନକ୍ଷେତ ଜଗିଥିବା ବେଳେ ତାଙ୍କୁ ଏକ ହାତୀ ଶୁଣ୍ଢରେ କଚାଡ଼ି  ମାରି ଦେଇଥିବାର ସୂଚନା ରହିଛି। ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ରଣପୁର ବନବିଭାଗ ଅଧୀନରେ ଏଭଳି ଅଘଟଣ ଘଟିଛି।

ହାତୀ ଆକ୍ରମଣରେ ସେ ଚିତ୍କାର କରୁଥିବାର ଶୁଣି କିଛି ଲୋକ ଜଗବନ୍ଧୁ ଜେନାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏନେଇ ଗାଁରେ ଶୋକାକୁଳ ପରିସ୍ଥିତି ଉପୁଜିବା ସାଙ୍ଗକୁ ମୃତକ ପରିବାରକୁ କ୍ଷତିପୂରଣ ଦାବି ହୋଇଛି।

ହାତୀ ଆକ୍ରମଣରେ ମୃତକ ପରିବାରକୁ କ୍ଷତିପୂରଣ ଓ ସ୍ଥାୟୀ ପ୍ରତିକାର ଦାବିରେ ଗ୍ରାମବାସୀ ରଣପୁର ଥାନା ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe