ନୟାଗଡ଼ର ଶ୍ରୀ ଶ୍ୟାମ ଗାରମେଣ୍ଟସରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା କୋଟିଏ ଟଙ୍କାର ପୋଷାକପତ୍ର

ନୂଆପଲ୍ଲୀ: ବିଜେଡି କାର୍ଯ୍ୟାଳୟ ସାମ୍ନାରେ ରାତିଅଧିଆ ବୋମାମାଡ଼

Image Courtesy of Times of India

ନୟାଗଡ଼: ନୟାଗଡ଼ ସହର ଖଣ୍ଡପଡା ରୋଡରେ ଥିବା ଶ୍ରୀ ଶ୍ୟାମ ଗାରମେଣ୍ଟସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ପୋଷାକପତ୍ର ପୋଡ଼ିପାଉଁଶ ହୋଇଯାଇଛି।  ବିଳମ୍ବିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡକୁ କାବୁ କରିବାକୁ ୪ଟି ଦମକଳ ନିୟୋଜିତ ହୋଇଥିଲା। ପ୍ରାୟ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଅଗ୍ନିକାଣ୍ଡକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ। ତେବେ ସର୍ଟ ସର୍କିଟ ଯୋଗୁଁ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ରାତି ୩ଟା ବେଳେ ନିଆଁ ବାହାରକୁ ଆସିବା ପରେ ସ୍ଥାନୀୟ ଲୋକେ ଦୋକାନ ମାଲିକଙ୍କୁ ଖବର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe