ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ପାଠ ପଢ଼ିବା ବୟସରେ ପରିବାରର ଆର୍ଥିକ ସଂକଟକୁ ନେଇ ସାଜିଥିଲେ ଶ୍ରମିକ। ପଢ଼ାଲେଖା କରିବା ସମୟରେ ଗୋତି ଖଟୁଥିଲେ। ମାତ୍ର ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ଏବେ ଏହି ଶିଶୁ ଶ୍ରମିକଙ୍କ ଚେହେରାରେ ପରିବର୍ତ୍ତନ ହୋଇଛି। ଶ୍ରମିକ ବଦଳରେ ୟୁନିଫର୍ମ ପିନ୍ଧି ବିଦ୍ୟାୟରେ ପଢ଼ିବେ ପାଠ। ପ୍ରଶାସନର ଏଭଳି ପ୍ରୟାସକୁ ନେଇ ଛାତ୍ରଙ୍କ ଭବିଷ୍ୟତ ଗଢ଼ିବା ସମୟ ଆସିଛି। ଯାହାକି ପ୍ରଶାସନର ଏଭଳି ପ୍ରୟାସକୁ ସାଧାରଣରେ ବେଶ୍ ପ୍ରଶଂସା ମଧ୍ୟ କରାଯାଇଛି।
ନୟାଗଡ଼ ଜିଲ୍ଲା ଦଶପଲ୍ଲା ସମେତ ଜିଲ୍ଲାରେ ମାଳମାଳ ଶିଶୁ ଶ୍ରମିକ ହୋଟେଲ, ଗ୍ୟାରେଜ ଓ ବିଭିନ୍ନ ଦୋକାନରେ ଖଟୁଥିବା ନେଇ ଗତ ୯ ତାରିଖ ଦିନ ‘ସମ୍ବାଦ’ରେ ଖବର ପ୍ରକାଶନ ହୋଇଥିଲା। ଜିଲ୍ଲାପାଳ ଏହି ଘଟଣାକୁ ଗରୁତର ଭାବେ ନେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗତ ୧୫ ତାରିଖ ଦିନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନେତୃତ୍ବରେ ଦଶପଲ୍ଲାରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ଲେବର୍ ଅଫିସରଙ୍କ ସମେତ ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ ଓ ସ୍ଥାନୀୟ ପୁଲିସ ଉପସ୍ଥିତ ଥିଲେ। ବିଭିନ୍ନ ଦୋକାନରୁ ୪ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ଏହାରି ମଧ୍ୟରେ କିଏ ପରିବାରର ଆର୍ଥିକ ସଂକଟକୁ ନେଇ ଚିକେନ୍ ଦୋକାନରେ କାମ କରୁଥିଲା ତ ପୁଣି କିଏ ସାଇକେଲ ଓ ଗୁପଚୁପ୍ ବ୍ୟବସାୟରେ ସାମିଲ ଥିବା ଜଣାପଡ଼ିଥିଲା।
ଆହୁରି ପଢ଼ନ୍ତୁ: Cricket: ଜାତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ୍: ବାସନ୍ତୀଙ୍କ ଶତକରେ ଓଡ଼ିଶା ବିଜୟୀ
ଜିଲ୍ଲା ପ୍ରଶାସନ ନିଜ ହେପାଜତକୁ ନେବାପରେ ସେମାନଙ୍କ ପାଠପଢ଼ା ଉପରେ ଗୁରୁତ୍ବ ଦିଆଯାଇଛି। ଯାହାକି ସ୍ଥାନୀୟ ହରିଡ଼ାବାଡ଼ି ଗ୍ରାମର ଆଦିତ୍ୟ ଦାଶ ନାମଜ ଜଣେ ଛାତ୍ର ବାପାଙ୍କ ଗୋଡ଼ ଭାଙ୍ଗିଯିବା ପରେ ୨୦୨୧ ମସିହାରୁ ପାଠ ଛାଡ଼ି ଦେଇଥିଲେ। ପରିବାର ପ୍ରତିପୋଷଣ ପାଇଁ ଏକ ଚିକେନ୍ ଦୋକାନରେ କାମ କରୁଥିଲେ। ମାତ୍ର ଏବେ ବ୍ଲକ ଶିକ୍ଷା ଅଧିକାରୀ ସମ୍ପୃକ୍ତ ଛାତ୍ରଙ୍କ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରିଛନ୍ତି। ତାଙ୍କ ବୟସ ଅନୁପାତରେ ତାଙ୍କୁ ରାଧାମୋହନ ଜୀଉ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ୮ମ ଶ୍ରେଣୀରେ ନାମ ଲେଖା ଯାଇଛି। ତାଙ୍କୁ ବହିପତ୍ର ସହ ପୋଷାକ ଓ ଜୋତା ଦିଆଯାଇଛି। ସେହିଭଳି ଅନ୍ୟଜଣେ ଛାତ୍ରଙ୍କ ଖମାରସାହି ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଓ ଆଉଜଣେ ନାଭିୟର୍ ବିଦ୍ୟାଳୟରେ ନାମ ଲେଖା ହୋଇଥିଲେ ମଧ୍ୟ ବିଦ୍ୟାଳୟ ଯାଆନ୍ତି ନାହିଁ। ଏସବୁ ଛାତ୍ର ଯେଭଳି ଦୈନିକ ବିଦ୍ୟାଳୟ ଯାଇ ପାଠ ପଢ଼ିବେ ସେ ଉପରେ ଦୃଷ୍ଟି ଦେବାକୁ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ କୁହାଯାଇଥିବା ବିଇଓ ଶ୍ରୀ ସଲ କହିଛନ୍ତି।
ଆହୁରି ପଢ଼ନ୍ତୁ: Fine On Indigo: ବିମାନ ସେବା ବିଭ୍ରାଟ ପ୍ରସଙ୍ଗ: ଇଣ୍ଡିଗୋ ଉପରେ ୨୨.୨୦ କୋଟି ଜରିମାନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/17/dasapalla1-2026-01-17-22-43-39.jpg)