ଭୁବନେଶ୍ବର: ଶନିବାରଠାରୁ ଓଡ଼ିଶାରେ ଷଷ୍ଠ ଜାତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୧୭୪ ରନ୍‌ରେ ଚଣ୍ଡୀଗଡ଼କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ନିମପୁର ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବାସନ୍ତୀ ହାଁସଦା (୫୬ ବଲ୍‌ରୁ ୧୦୬* ରନ୍‌)ଙ୍କ ପ୍ରଥମ ଶତକ, ଯମୁନାରାଣୀ ଟୁଡୁଙ୍କ ଅର୍ଦ୍ଧଶତକ ଏବଂ ସୁକାନ୍ତି ଦଳପତିଙ୍କ ବହୁମୂଲ୍ୟ ୪୯ ରନ୍‌ ବଳରେ ଓଡ଼ିଶା ୨୫୯/୩ର ବିଶାଳ ସ୍କୋର କରିଥିଲା।

Advertisment

ଆହୁରି ପଢ଼ନ୍ତୁ: Cricket: ୧୯ବର୍ଷରୁ କମ୍‌ ବିଶ୍ବକପ୍‌: ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବୈଭବଙ୍କ ଆଉ ଏକ ବିଶ୍ବ କୀର୍ତ୍ତିମାନ

ଜବାବରେ ଚଣ୍ଡୀଗଡ଼ ମାତ୍ର ୮୫ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ସୁକାନ୍ତି ଦଳପତି, ଈତିକୃଷ୍ଣା ଭଞ୍ଜ, ପଦ୍ମିନୀ ଟୁଡୁ‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ବାସନ୍ତି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରବିବାର ଓଡ଼ିଶା ଦ୍ବିତୀୟ ମ୍ୟାଚ୍‌ରେ ଯାଜପୁରର ଧର୍ମଶାଳା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଆନ୍ଧ୍ରପ୍ରଦେଶକୁ‌ ଭେଟିବ। 

ଆହୁରି ପଢ଼ନ୍ତୁ: Hockey: ବିଜୟରୁ ଘ‌ରୋଇ ଅଭିଯାନ ଆରମ୍ଭ କଲା କଳିଙ୍ଗ ଲାନସର୍ସ