ଶିକାର କରିବାକୁ ଯାଇଥିଲେ: ନିଜ ବନ୍ଧୁକରୁ ଗୁଳିଫୁଟି ଗୁରୁତର ହେଲେ ଶିକାରୀ

ଶିକାର କରିବାକୁ ଯାଇଥିଲେ: ନିଜ ବନ୍ଧୁକରୁ ଗୁଳିଫୁଟି ଗୁରୁତର ହେଲେ ଶିକାରୀ

ଦଶପଲ୍ଲା: ନୟାଗଡ଼- ବୌଦ୍ଧ ସୀମାନ୍ତ ବଦଲା ଜଙ୍ଗଲରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବଦଲା ଗାଁର ସନ୍ନ୍ୟାସୀ ଜାନୀ ନାମକ ଜଣେ ଲୋକ ଶିକାର କରିବାକୁ ଯାଇଥିବା ବେଳେ ନିଜ ବନ୍ଧୁକରେ ଗୁଳି ଭର୍ତ୍ତି କରି ଯାଉଥିବା ବେଳେ ହଠାତ୍ ଝୁଣ୍ଟି ପଡ଼ିଥିଲେ। ଏହି ସମୟରେ ହଠାତ୍ ଗୁଳିଫୁଟି ତାଙ୍କର ମଳଦ୍ୱାରରେ ବାଜିଥିଲା।

ସନ୍ନ୍ୟାସୀଙ୍କ ମଳଦ୍ୱାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ତାଙ୍କୁ ପ୍ରଥମେ ଚିକିତ୍ସା ନିମନ୍ତେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe