ଶଙ୍ଖ ଧରିଲେ ନୟାଗଡ଼ର ନେତ୍ରୀ ଇରାନୀ ରାୟ

ଶଙ୍ଖ ଧରିଲେ ନୟାଗଡ଼ର ନେତ୍ରୀ ଇରାନୀ ରାୟ

ଭୁବନେଶ୍ବର: ନୟାଗଡ଼ର ଜଣାଶୁଣା ନେତ୍ରୀ ଇରାନୀ ରାୟ ଅବଶେଷରେ ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗଦେଇଛନ୍ତି। ଗତ କିଛି ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ ଇରାନୀ। ୨୦୧୯ରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଇରାନୀ। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ବିଧାୟକ ଅରୁଣ ସାହୁଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି।

 ବିଜେଡିରେ ଯୋଗ ଦେବା ପରେ ଇରାନୀ ରାୟ କହିଛନ୍ତି, ନୟାଗଡ଼ରେ ବିଜେପି ପାଇଁ ଅନେକ କିଛି କରିଛି। ହେଲେ ମୋ ପରିଶ୍ରମ ଓ ତ୍ୟାଗର ସମ୍ମାନ ମତେ ମିଳିନି। ମୋ ସହିତ ଅନ୍ୟାୟ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe