ଭାତୃହନ୍ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଏଡିଜେ, ଜମି ବିବାଦ ପାଇଁ ଭାଇ ସାଜିଥିଲା ହତ୍ୟାକାରୀ

ମହିଳା ବିଚାରପତିଙ୍କୁ ହଇରାଣ କରୁଥିବା ଓକିଲଙ୍କୁ ଅଦାଲତ ଅବମାନନା ନୋଟିସ

ନୟାଗଡ଼ : ସାତ ବର୍ଷ ତଳେ ଓଡ଼ଗାଁ ବ୍ଳକ ପନ୍ତିଖାରୀରେ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାର ରାୟ ଆଜି ପ୍ରକାଶ ପାଇଛି। ନୟାଗଡ଼ ଅତିରିକ୍ତ ଜିଲ୍ଲା ଜଜ୍‌(ଏଡିଜେ) ଭାତୃହନ୍ତାକୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି।

ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅନୱର ମଲ୍ଲିକଙ୍କ ସୂଚନା ମୁତାବକ, ୨୦୧୩ ମସିହା ‌ସେପ୍ଟ‌େମ୍ବର ୧୯ ତାରିଖରେ ପନ୍ତିଖାରୀ ଗ୍ରାମର ଗଦାଧର ସାହୁ ତାଙ୍କ ନିଜ ଭାଇ ଜୟଦେବ ସାହୁଙ୍କୁ ହତ୍ୟା କରିଥିଲେ। ଜୟଦେବ ଗୋଡ଼ିପଲ୍ଲୀ ମାର୍କେଟରୁ କାମ ସାରି ବିଳମ୍ବିତ ରାତିରେ ନିଜ ଘରକୁ ଫେରୁଥିଲେ। ପୂର୍ବ ‌ଯୋଜନା ଅନୁଯାୟୀ ବାଟରେ ଛକି ବସିଥିବା ଗଦାଧର ଲୁହା ରଡ଼‌ରେ ପିଟି ଭାଇକୁ ହତ୍ୟା କରିଥିଲା। ଜମିଜିମା ବିବାଦ ପାଇଁ ଗଦାଧର ନିଜ ଭାଇର ଜୀବନ ନେଇଯାଇଥିଲା। ହତ୍ୟା କରି ଭାଇର ଶବକୁ ଏକ ପୋଲତଳେ ଲୁଚାଇ ତା’ ଉପରେ ପଥର ଲଦି ଦେଇଥିଲା। ଏବଂ ହତ୍ୟାରେ ବ୍ୟବହାର ହୋଇଥିବା ଲୁହା ରଡ୍‌କୁ କୂଅ ମଧ୍ୟରେ ଫିଙ୍ଗି ଦେଇଥିଲା।   ସ୍ବାମୀଙ୍କ ହତ୍ୟା ନେଇ  ମୃତ ଜୟଦେବଙ୍କ ସ୍ତ୍ରୀ ଓଡ଼ଗାଁ ଥାନାରେ ଏତଲା ଦେଇଥିଲେ। ପୂର୍ବ ବିବାଦ ଥିବାରୁ ପୁଲିସ ଗଦାଧରଙ୍କୁ ଗିରଫ କରିଥିଲା। ଗଦାଧର ମଧ୍ୟ ଭାଇକୁ ହତ୍ୟା କରିଥିବା ନେଇ ସ୍ବୀକାର କରିଥିଲା। ୧୯ ଜଣ ସାକ୍ଷୀ , ପୁଲିସର ଅନୁସନ୍ଧାନ ଓ ଆଇନଜୀବୀ ଶ୍ରୀ ମଲ୍ଲିକ ଯୁକ୍ତିକୁ ବିଚାର କରି ଏଡିଜେ ଇତିଶ୍ରୀ ମହାପାତ୍ର ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe