ନବନିର୍ମିତ ଶ୍ରୀରାମ ମନ୍ଦିରରୁ ନଗଦ ୮ ଲକ୍ଷ ଟଙ୍କା ସହିତ ଠାକୁରଙ୍କ ସୁନା ଗହଣା ଲୁଟିନେଲେ ଦୃର୍ବୃତ୍ତ

ନବନିର୍ମିତ ଶ୍ରୀରାମ ମନ୍ଦିରରୁ ନଗଦ ୮ ଲକ୍ଷ ଟଙ୍କା ସହିତ ଠାକୁରଙ୍କ ସୁନା ଗହଣା ଲୁଟିନେଲେ ଦୃର୍ବୃତ୍ତ

ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଗ୍ରାମ ନିକଟରେ ଥିବା ଗିରିଗୋବର୍ଦ୍ଦନ ପାହାଡ଼ ଶିଖରରେ ନବନିର୍ମିତ ଶ୍ରୀରାମ ମନ୍ଦିରରୁ ଗତ ରାତିରେ ଦୃର୍ବୃତ୍ତମାନେ ନଗଦ ୮ ଲକ୍ଷ ଟଙ୍କା ସହିତ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଠାକୁରଙ୍କ ସୁନା ଗହଣା ଲୁଟିନେଇଥିବା ଫତେଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇଲା ପରେ ଫତେଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଏହି ଘଟଣାରେ ଫତେଗଡ଼ ଥାନା ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଖବରରୁ ଜଣାପଡ଼ିଛି ଯେ ଗତକାଲି କାଳ ବୈଶାଖୀର ଲଗାଣ ତୁହାକୁ ତୁହା ବର୍ଷା ହେତୁ ରାତିରେ ମନ୍ଦିର ପୂଜକ ରାତ୍ରୀ ଆଳତି ପରେ ମନ୍ଦିର ପହଡ଼ ପକାଇ ଘରକୁ ଯାଇଥିଲେ। ବର୍ଷାର ସୁଯୋଗ ନେଇ ବିଳମ୍ବିତ ରାତିରେ ଦୃର୍ବୃତ୍ତମାନେ ମଦିର ତାଲା ଭାଙ୍ଗି ନଗଦ ୮ ଲକ୍ଷ ଟଙ୍କା ସହିତ ଭକ୍ତମାନେ ଠାକୁରଙ୍କୁ ଦାନ କରିଥିବା ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସୁନା ଗହଣା ଲୁଟି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe