ଦଶପଲ୍ଲା: ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗରେ ପୁଲିସ୍ ଜଣେ ଯୁବକଙ୍କୁ ଯାଜପୁରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲା ପାଇକ ବାଘୁଆ ବେରେଣି ଗ୍ରାମର ପବିତ୍ର କୁମାର ପ୍ରଧାନ। ଗତ ମେ ମାସ ୧୪ ତାରିଖ ଦିନ ସଂପୃକ୍ତ ଯୁବକ ଜଣକ ସ୍ଥାନୀୟ ହରିଡାବାଡି ଅଂଚଳର ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିଲା। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଦଶପଲ୍ଲା ଥାନାରେ ଅଭିଯୋଗ ହୋଇଥିଲା। ଗତ ୧ ମାସ ହେଲା ପୁଲିସ୍ ଏହାର ତଦନ୍ତ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଯାଜପୁରର ପାଣିକୋଇଲିଠାରେ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହ ପବିତ୍ରକୁ ଥାନାରେ ଅଟକ ରଖିଥିଲା। ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଯିବା ପରେ ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ପୁଲିସ୍ ପବିତ୍ରକୁ ଗିରଫ କରି କୋର୍ଟଚାଲାଣ କରିଛି।
ନାବାଳିକା ଅପହରଣ ଘଟଣାରେ ଯୁବକ ଗିରଫ
Advertisment
Follow Us