ବନ୍ଧୁକ ଦେଖାଇ ସାଢ଼େ ୯ ଲକ୍ଷ ଲୁଟ୍‌

Advertisment
ବନ୍ଧୁକ ଦେଖାଇ ସାଢ଼େ ୯ ଲକ୍ଷ ଲୁଟ୍‌

ନୟାଗଡ଼/ଦଶପଲ୍ଲା : ଦିନଦ୍ୱିପ୍ରହରରେ ବାଇକ୍‌ ଚାଳକଙ୍କ ମୁଣ୍ଡରେ ବନ୍ଧୁକ ଓ ବେକରେ ଭୁଜାଲି ଲଗାଇ ୬ ଜଣ ଲୁଟେରା ସାଢ଼େ ୯ ଲକ୍ଷ ଟଙ୍କା ଲୁଟି ନେଇ ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। କେବଳ ସେତିକି ନୁହେଁ, ବୋମା ପକାଇ ଆତଙ୍କ ବି ରଚିଛନ୍ତି। ଏଥିରେ ଜଣେ ଆହତ ହୋଇଥିବାବେଳେ ଲୁଟ୍‌ର ଶିକାର ବାଇକ୍‌ ଚାଳକ ଏ ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି।

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, ନୟାଗଡ଼ର ବ୍ୟବସାୟୀ ରଂଜନ ପୃଷ୍ଟି ବାକିଆ ଆଦାୟ ପାଇଁ ତାଙ୍କର ଦୁଇ ବ୍ୟକ୍ତି ନିରଞ୍ଜନ ମହାନ୍ତି ଓ ରତ୍ନାକର ସାଥୁଆଙ୍କୁ ସୋମବାର ଦଶପଲ୍ଲା ପଠାଇଥିଲେ। ଦୁଇ ଜଣ ଏକ ବାଇକ୍‌(ଓଆର୍‌-୨୫ବି-୦୯୭୧)ରେ ଆଜି ଦଶପଲ୍ଲାକୁ ଟଙ୍କା ଆଦାୟ ପାଇଁ ଯାଇଥିଲେ। ଅପରାହ୍ଣ ପ୍ରାୟ ୩ଟା ୧୫ ମିନିଟ୍‌ରେ ଆଦାୟ ଟଙ୍କା ଡିକିରେ ରଖି ଦୁଇଜଣ ଦଶପଲ୍ଲା ଥାନା ଅଞ୍ଚଳରେ ଥିବା ଦୁର୍ଗାବଜାର ଆଇସିଆଇସିଆଇ ବ୍ୟାଙ୍କକୁ ଟଙ୍କା ଜମା ପାଇଁ ଯାଉଥିଲେ। ଏହି ସମୟରେ ୩ଟି ବାଇକ୍‌ରେ ଆସିଥିବା ୬ଜଣ ମୁଖାପିନ୍ଧା ଯୁବକ ସେମାନଙ୍କୁ ଅତର୍କିତ ଆକ୍ରମଣ କରିବା ସହ ମୁଣ୍ଡରେ ବନ୍ଧୁକ ଓ ବେକରେ ଭୁଜାଲି ଆଦି ମାରଣାସ୍ତ୍ର ଲଗାଇ ଟଙ୍କା ଦେବାକୁ କହିଥିଲେ। ପରେ ଡିକିରେ ଟଙ୍କା ଥିବା ଜାଣିପାରି ଏହାକୁ ଭାଙ୍ଗି ସମସ୍ତ ଟଙ୍କା ଲୁଟି ନେଇଥିଲେ।

ଟଙ୍କା ନେଇ ଯିବା ସମୟରେ ଘଟଣା ସ୍ଥଳରୁ ମାତ୍ର ୧୦୦/୨୦୦ ମିଟର ଦୂର ଜଗାପୁର ରୋଡ୍‌ଠାରେ ବୋମାମାଡ଼ କରି ଆତଙ୍କ ସୃଷ୍ଟି କରିଥିଲେ। ଏହି ସମୟରେ ଲୁଟେରାମାନେ ଗୋଟିଏ ବ୍ଲାଙ୍କ ଫାଇରିଂ ବି କରିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ପରେ ଖଣ୍ଡପଡ଼ା ରାସ୍ତାରେ କ୍ଷୀପ୍ରଗତିରେ ଚାଲି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe